Latest Odisha News

BREAKING NEWS

ଅନଲାଇନ ମାଧ୍ୟମରେ ଉତ୍କଳ ଦିବସ ପାଳିତ

ଲଣ୍ଡନ : ଓଡ଼ିଆ ସାଂସ୍କୃତିକ ସଂଘ (ଓକାଲ) ଏବଂ ଓଡ଼ିଆ ସମାଜ ୟୁ.କେ (ଓସୁକା)ର ମିଳିତ ସହଯୋଗରେ ୮୫ତମ ଉତ୍କଳ ଦିବସ ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି।
ଏହି  କାର୍ଯ୍ୟକ୍ରମରେ ଆୟୋଜିତ ଭର୍ଚ୍ଚୁଆଲ ସଭାରେ ଅତିଥିମାନେ ଯୋଗଦେଇ ଉତ୍କଳ ଦିବସ ପାଳନର ବିଶେଷତ୍ୱ ଏବଂ ଭବିଷ୍ୟତ ପିଢ଼ୀକୁ ଓଡ଼ିଶାର ଇତିବୃତ୍ତ ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି ଅବସରରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ,ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ବିଧାୟକ ସୁରେଶ ରାଉତରାୟ ଓ ରାଜ୍ୟ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ପଦ୍ମଶ୍ରୀ ହଳଧର ନାଗଙ୍କ ଦ୍ୱାରା ଆବୃତ୍ତି କରାଯାଇଥିବା ତାଙ୍କର ପ୍ରସିଦ୍ଧ ପଲ୍ଲୀ କବିତା ଏବଂ ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁସ୍ମିତା
ଦାସଙ୍କ ଦ୍ୱାରା ପରିବେଷିତ ସଂଗୀତ ଏବଂ ହାସ୍ୟ ଅଭିନେତା ବିଭୁ ମିଶ୍ରଙ୍କର ଏକକ ବାକ୍ୟ କଥନ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ।

ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଗୌତମ, କୂଲଦୀପ ଓ ପ୍ରଜ୍ଞାଙ୍କର ସଂଗୀତ, ଡଃ ନାଟାଲୀ ରାଉତ ଓ ୟତୀଶ ନାଥଙ୍କର
ନୃତ୍ୟ, ତିର୍ଥୀ ପଟ୍ଟନାୟକ ମହାନ୍ତି ଓ ପ୍ରାଞ୍ଜଲଙ୍କର ଓଡ଼ିଶୀ ନୃତ୍ୟ, ଦିଭିଜା ମିଶ୍ରଙ୍କର ଭାରତନାଟ୍ୟମ୍ ନୃତ୍ୟର ତାଳେ ତାଳେ ବନ୍ଦେ ଉତ୍କଳ
ଜନନୀର ପ୍ରସ୍ତୁତି ଏବଂ ରାମକୃଷ୍ଣ ପଟ୍ଟନାୟକଙ୍କ ଦ୍ୱାରା ବନାଯାଇଥିବା ବସ୍ତ୍ର ଆଧାରିତ ‘ଫେସନ ସୋ’ ଦର୍ଶକ ମାନଙ୍କ ଦ୍ୱାରା ବେଶ୍‍ ଆଦୃତ
ହୋଇଥିଲା ।

ଓସୁକର ସଭାପତି ସୁମନ୍ତ ମାନସିଂହ  ଆୟୋଜନର ପରିଚାଳନା କରିଥିଲେ । ଓକାଲ ଓ ଓସୁକର  ସଙ୍ଗଠକ ସନ୍ତୋଷ ସାହୁ, ଉମାକାନ୍ତ ରାଉତ, ଅର୍ଚ୍ଚନା ମାନସିଂହ, ରୀନା ମେହେର, ପ୍ରଜ୍ଞା ଆରିହାନ, ସୁଚିନ୍ତିତା ପୁଜାରୀ, ପ୍ରିୟଙ୍କା ସାହୁ, ଦେବାଶିଷ ମିଶ୍ର, ଅମୂଲ୍ୟ ଜେନା ଏବଂ ଦେବୀ ପଟ୍ଟନାୟକ ପ୍ରମୁଖ ଉତ୍ସବର ସଫଳ ସମାପନ ନେଇ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ ।

 

 

 

Comments are closed.