Latest Odisha News

BREAKING NEWS

ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରାରେ ଯୋଗ ଦେବାକୁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୪୮ ଜଣ କରୋନା ପଜିଟିଭ

ଜମ୍ମୁକଶ୍ମୀର: ନବରାତ୍ରି ପର୍ବରେ ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରାରେ ଯୋଗ ଦେବା ପାଇଁ ଜାମ୍ମୁ କାଶ୍ମୀରର କାତ୍ରାରେ ୧୪,୦୦୦ ରୁ ଅଧିକ ଭକ୍ତ ପହଞ୍ଚିଛନ୍ତି। ଏହି ଉତ୍ସବର ପ୍ରଥମ ଦିନରେ ୪୮ ଶ୍ରଦ୍ଧାଳୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

ଏହାପରେ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀ ମାତା ବୈଷ୍ଣୋ ଦେବୀଙ୍କ ପୀଠର ବୋର୍ଡ କୋଭିଡ-୧୯ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀକୁ କଡାକଡି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବୋର୍ଡ କହିଛି ଯେ ଦିନକୁ ଏଠାରେ ସର୍ବାଧିକ ୨୫,୦୦୦ ତୀର୍ଥଯାତ୍ରୀ ଆସିପାରି‌େବେ।

ତେବେ ମାଙ୍କ ପୀଠକୁ ଯାତ୍ରା କରିବା ପାଇଁ କୋଭିଡ୍-୧୯ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଏହାଛଡା ପଜିଟିଭ ଆସୁଥିବା ରୋଗୀଙ୍କୁ ପୃଥକ୍‌ କରାଯାଇ ସେମାନଙ୍କୁ କୋଭିଡ୍‌ କେୟାର୍‌ ସେଣ୍ଟରକୁ ପଠାଯାଉଛି ବୋଲି ବୋର୍ଡ ସ୍ପଷ୍ଟ କରିଛି।

Comments are closed.