ନୂଆଦିଲ୍ଲୀ: ଲାଲ କିଲ୍ଲା ଗଣତନ୍ତ୍ର ଦିବସ ହିଂସା ମାମଲାରେ ଦିଲ୍ଲୀ କୋର୍ଟ ଜାମିନ ପ୍ରଦାନ କରିବାର କିଛି ଘଣ୍ଟା ପରେ ଦିଲ୍ଲୀ ପୋଲିସ ଅନ୍ୟ ଏକ ମାମଲାରେ ଅଭିନେତା-କାର୍ଯ୍ୟକର୍ତ୍ତା ଦୀପ ସିଦ୍ଧୁଙ୍କୁ ପୁଣି ଗିରଫ କରିଛି।
ଲାଲ କିଲ୍ଲାରେ ହୋଇଥିବା ହିଂସା ସମ୍ପର୍କରେ ASI ଦ୍ବାରା ଦାଖଲ ହୋଇଥିବା ଏତଲାକୁ ଆଧାର କରି ତାଙ୍କୁ ପୁଣି ଗିରଫ କରାଯାଇଥିବା ସୂଚନା ମିଳିଛି।
ଗିରଫର ହେବାର କିଛି ଘଣ୍ଟା ପୂର୍ବରୁ ଦିଲ୍ଲୀ କୋର୍ଟ ଦୀପ୍ ସିଦ୍ଧୁଙ୍କୁ ଜାମିନ ପ୍ରଦାନ କରିଥିଲେ। ଫେବୃଆରୀ ୯ରେ ଗଣତନ୍ତ୍ର ଦିବସରେ ଲାଲ୍ କିଲ୍ଲା ହିଂସା ଘଟଣାରେ ତାଙ୍କୁ ଗିରଫ କରାଯାଇଥିଲା।
Comments are closed.