Latest Odisha News

ପୁଣି ଓଡ଼ିଶା ଫେରିବ ପୋସ୍କୋ!

ଭୁବନେଶ୍ୱର: ଜଗତସିଂହପୁର ପ୍ରକଳ୍ପରୁ ଓହରିବାର ଚାରି ବର୍ଷ ପରେ ଦକ୍ଷିଣ କୋରିଆର ବୃହତ୍‌ ଷ୍ଟିଲ୍‌ ଉତ୍ପାଦନକାରୀ କମ୍ପାନୀ ପୋସ୍କୋ ୯୦,୦୦୦ କୋଟି ଟଙ୍କାର ଇସ୍ପାତ କାରଖାନା ସହିତ ପୁଣି ଓଡିଶା ଫେରିବ ବୋଲି ସୂଚନା ମିଳିଛି।

ଭାରତରେ ଦକ୍ଷିଣ କୋରିଆର ରାଷ୍ଟ୍ରଦୂତ ସିନ୍ ବଙ୍ଗକିଲ ସୂଚନା ଦେଇଛନ୍ତି ଯେ କମ୍ପାନୀ ଓଡ଼ିଶାରେ ୧୨ ବିଲିୟନ ଆମେରିକୀୟ ଡଲାର ବିନିଯୋଗରେ ରେକର୍ଡ ପରିମାଣର ପୁଞ୍ଜି ନିବେଶ କରି ରାଜ୍ୟରେ ଏକ ସମନ୍ୱିତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ଯୋଜନା କରୁଛି।

ସୂଚନା ଅନୁଯାୟୀ ଗତକାଲି ଏ ନେଇ ଦକ୍ଷିଣ କୋରିଆ ଏବଂ ଓଡ଼ିଶା ମଧ୍ୟରେ ଏକ ବୈଠକ ହୋଇଥିଲା। ଯେଉଁଥିରେ ଓଡ଼ିଶା ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବାଣିଜ୍ୟ କାରବାରକୁ ପୋତ୍ସାହନ କରିବା ଏବଂ ପୁଞ୍ଜି ବିନିଯୋଗ ବିଷୟରେ ଆଲୋଚନା ହୋଇଥିଲା।

 

 

Comments are closed.