Latest Odisha News

BREAKING NEWS

ମଦ ମିଳିଲାନି ବୋଲି ପିଇଦେଲେ ସାନିଟାଇଜର, ୭ ଶ୍ରମିକ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ୟବତମାଳର ୱାନିରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ସାନିଟାଇଜର ପିଇବାରୁ ହୋଇଛି । ସୂଚନା ଅନୁସାରେ ମହାରାଷ୍ଟ୍ରରେ ଲକଡାଉନ୍ ପାଇଁ ମଦ ଦୋକାନ ବନ୍ଦ ରହିଛି । ଫଳରେ ଏମାନଙ୍କୁ ମଦ ମିଳିନଥିଲା । ମଦ ନମିଳିବାରୁ ସାନିଟାଇଜର ପିଇ ଦେଇଥିଲେ । ପୋଲିସ ସୂଚନା ଅନୁସାରେ, ମୃତ୍ୟୁବରଣ କରିଥିବା ସମସ୍ତେ ଶ୍ରମିକ ।

ସୂଚନାଯୋଗ୍ୟ, ଦେଶରେ କରୋନାର ଦ୍ୱିତୀୟ ପ୍ରବାହରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ପ୍ରଥମ ଲହର ଭଳି ଦ୍ୱିତୀୟ ଲହରରେ ମହାରାଷ୍ଟ୍ରରେ କରୋନା ଆତଙ୍କା ଜାରି ରହିଛି । ବହୁ ବିଚାରବିମର୍ଷ ପରେ ସରକାର ରାଜ୍ୟରେ ଲକଡାଉନ୍ କଟକଣା ଜାରି କରିଛନ୍ତି ।

ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଦେଇଥିବା ତଥ୍ୟ ଅନୁସାରେ ଦେଶରେ ଦୈନିକ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ୭୪.୧୫ ପ୍ରତିଶତ ମାମଲା ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ଦିଲ୍ଲୀ ସମେତ ୧୦ ରାଜ୍ୟରୁ ଚିହ୍ନଟ ହେଉଛନ୍ତି ।

Leave A Reply

Your email address will not be published.