Latest Odisha News

୧୭ ସହରରେ ପାରଦ ଡେଇଁଲା ୪୦ ଡିଗ୍ରୀ, ୪୩.୨ ଡିଗ୍ରୀରେ ଜଳିଲା ଭୁବନେଶ୍ୱର

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ଜାରି ରହିଛି । ଗତକାଲି ଭଳି ମଧ୍ୟ ଆଜି ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଭୁବନେଶ୍ୱରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଲଗାତାର ଦ୍ୱିତୀୟ ଦିନ ଲାଗି ତାତି ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରିଥିବା ବେଳେ ରାଜ୍ୟର ୧୭ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି ।

ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବାରପିଦାରେ ୪୨.୪ ଡିଗ୍ରୀ, ଟିଟିଲାଗଡ଼ରେ ୪୨ ଡିଗ୍ରୀ, ଝାରସୁଗୁଡ଼ାରେ ୪୧.୮ ଡିଗ୍ରୀ, ସମ୍ବଲପୁର-ନୟାଗଡ଼-ବଲାଙ୍ଗିରରେ ପାରଦ ୪୧.୫ ଡିଗ୍ରୀ, ତାଳଚେରରେ ୪୧.୧ ଡିଗ୍ରୀ, ସୋନପୁର ଏବଂ ସୁନ୍ଦରଗଡ଼ରେ ୪୧ ଡିଗ୍ରୀ, ଅନୁଗୁଳ ଓ ବାଲେଶ୍ୱରରେ ୪୦.୯ ଡିଗ୍ରୀ, କଟକରେ ୪୦.୮ ଡିଗ୍ରୀ, ଭବାନୀପାଟଣାରେ ୪୦.୬ ଡିଗ୍ରୀ, ହିରାକୁଦରେ ୪୦.୩ ଡିଗ୍ରୀ, ମାଲକାନଗିରିରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।

ଏଥିସହ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆସନ୍ତା ୨ରୁ ୩ ଦିନ ଯାଏ ଦିନବେଳାର ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇବ । ସେହିଭଳି ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିବ । ୨ ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ହ୍ରାସ୍ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ବାୟୁ ପ୍ରଭାବରେ ରାଜ୍ୟରେ ଦିନ ତାପମାତ୍ରାରେ ବୃଦ୍ଧି ଘଟିଛି । ଏଥିପାଇଁ ୨୭ ତାରିଖ ଯାଏ କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ପାଇଁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏ ଘରୁ ନ ବାହାରିବାକୁ କୁହାଯାଇଛି ।

Comments are closed.