Latest Odisha News

BREAKING NEWS

କରୋନା ସଂକ୍ରମଣର ପ୍ରତିବନ୍ଧକ ପାଇଁ ପାଞ୍ଚ ଯୋଡ଼ା ଟ୍ରେନ ବାତିଲ୍

ଭୁବନେଶ୍ବର : କରୋନା ମହାମାରୀ ସମୟରେ ଉପଯୁକ୍ତ ଯାତ୍ରୀ ନହେବା ଏବଂ କରୋନା ଭାଇରସ ସଂକ୍ରମଣକୁ ଦେଖି ପାଞ୍ଚ ଯୋଡା ଟ୍ରେନ୍ ବାତିଲ ହୋଇଛି । ପୂର୍ବତଟ ରେଳ ପରିସୀମା ମଧ୍ୟରୁ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବା ପାଞ୍ଚଟି ସ୍ୱତନ୍ତ୍ର ଟ୍ରେନ୍ ସେବାକୁ ବାତିଲ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ପୁରୀ-ଗୁଣୁପୁର-ପୁରୀ ବିଶେଷ ଟ୍ରେନ ପୁରୀରୁ ଆସନ୍ତାକାଲିଠାରୁ ଏବଂ ଗୁଣୁପୁରରୁ ୬ ତାରିଖରୁ ପରବର୍ତ୍ତୀ ଆଦେଶ ଯାଏଁ ବାତିଲ ରହିବ ।

ସେହିପରି ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ପେଶାଲ ଟ୍ରେନ୍ ଆସନ୍ତାକାଲିଠୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ ରହିବ । ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ ଟ୍ରେନ୍ ଆସନ୍ତାକାଲିଠୁ ପୁରୀରୁ ଏବଂ ୬ ତାରିଖରୁ ଦୁର୍ଗରୁ ବାତିଲ୍ ରହିବ । ଇନ୍ଦୋର-ପୁରୀ-ଇନ୍ଦୋର ସ୍ପେଶାଲ୍ ଇନ୍ଦୋରରୁ ଆଜିଠୁ ଏବଂ ପୁରୀରୁ ୬ ତାରିଖରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ୍ ରହିବ । ସିକନ୍ଦରାବାଦ-ବିଶାଖାପାଟଣା-ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍ ସିକନ୍ଦରାବାଦରୁ ଆସନ୍ତା ୩୧ ପର୍ଯ୍ୟନ୍ତ ଓ ବିଶାଖାପାଟଣାରୁ ଆଜିଠୁ ଜୁନ ପହିଲା ପର୍ଯ୍ୟନ୍ତ ବାତିଲ୍ ରହିବ ।

Leave A Reply

Your email address will not be published.