Latest Odisha News

BREAKING NEWS

କରୋନାରୁ ସୁସ୍ଥ ହେବା ପରେ ଡାକ୍ତରଙ୍କୁ ଧରି କାନ୍ଦି ପକାଇଲେ ବୃଦ୍ଧା

କୋଲକାତା: କରୋନାରୁ ସୁସ୍ଥ ହେବା ପରେ ଜଣେ ବୃଦ୍ଧ ମହିଳା ଡାକ୍ତରଙ୍କୁ ଆଲିଙ୍ଗନ କରିବାର ଏକ ସମ୍ପୂର୍ଣ୍ଣ ହୃଦୟସ୍ପର୍ଶୀ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଚିତ୍ରଟି କୋଲକାତାର ମେଡିକାଲ କଲେଜର। କାରଣ ଏହି ପୋଷ୍ଟକୁ ଫେସବୁକ ବ୍ୟବହାରକାରୀ ତନ୍ମୟ ଦେ ସେୟାର କରିଛନ୍ତି।

BjdElectrycity

ଫଟୋରେ ବୃଦ୍ଧା ମହିଳା ଜଣକ କାନ୍ଦି କାନ୍ଦି ଡାକ୍ତରଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି।

“୧୦ ଦିନ କୋଭିଡ ସହିତ ଲଢିବା ପରେ ଏହି ୭୫ ବର୍ଷ ବୟସ୍କା ବୃଦ୍ଧା ମହିଳାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା। ସେ ଚାଲିଯିବା ସମୟରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଆଲିଙ୍ଗନ କରି ତାଙ୍କୁ ଆଶୀର୍ବାଦ ଦେଇଥିଲେ।

ସୋସିଆଲ ମିଡିଆରେ ଏହି ପୋଷ୍ଟକୁ ପ୍ରାୟ ୨୦୦୦ ଥର ସେୟାର କରାଯାଇଛି ଏବଂ ଲାଇକ୍ ମଧ୍ୟ ମିଳିଛି। ଏହି ପୋଷ୍ଟଟି ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି।

Leave A Reply

Your email address will not be published.