Latest Odisha News

[ଭିଡିଓ] ଇସ୍ରାଏଲରେ ଭାରତ ପାଇଁ ଶୁଭୁଛି “ଓମ୍ ନମଃ ଶିବାୟ”

ଭୁବନେଶ୍ୱର: କୋଭିଡ୍‌-୧୯ର ଦ୍ୱିତୀୟ ଲହରି ସହ ଜୁଝୁଛି ଭାରତ । ଏପରି ସ୍ଥିତିରେ ଅନେକ ଦେଶ ଭାରତକୁ ବଢାଇଛନ୍ତି ସହାନୁଭୂତି ଓ ସହାୟତାର ହାତ । ଏହି ଧାରାରେ ସାମିଲ ହୋଇ ଗୁରୁବାର ଇସ୍ରାଏଲ୍ ମଧ୍ୟ ଅକ୍ସିଜେନ୍ କନ୍‌ସିଣ୍ଟ୍ରେଟର୍ସ ଓ ରେସ୍ପାଇରେଟର୍ସ ଭାରତକୁ ପଠାଇଛି । ହେଲେ ଏବେ ସେଠିକାର ଲୋକେ ଭାରତୀୟଙ୍କ ପାଇଁ ପ୍ରାର୍ଥନା ମଧ୍ୟ କରିଛନ୍ତି ।

କରୋନା ସଂକ୍ରମଣରୁ ଭାରତୀୟଙ୍କୁ ରକ୍ଷା କରିବା ଲାଗି ଇସ୍ରାଏଲ୍‌ର ଲୋକେ ଓମ୍ ନମଃ ଶିବାୟ ଉଚ୍ଚାରଣ କରିବାର ଏକ ଭିଡିଓ ସାମ୍ନାକୁ ଆସିଛି । ବହୁ ଲୋକ ଏକତ୍ରିତ ହୋଇ ଓମ୍ ନମଃ ଶିବାୟ ଉଚ୍ଚାରଣ କରିବାର ଏହି ଦୃଶ୍ୟ ଭାରତୀୟକୁ ପ୍ରଭାବିତ କରିଛି । ସୋସିଆଲ୍ ମିଡିଆରେ ଏହି ଭିଡିଓଟି ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଦୃଶ୍ୟ ହିଁ ସ୍ପଷ୍ଟ କରିଛି ଯେ, ଏପରି କଠିନ ସମୟରେ ଭାରତ କଦାପି ଏକାକୀ ନାହିଁ ।

Comments are closed.