କଟକ: କଟକ ଜିଲ୍ଲାର ସାଲେପୁର ସବ୍-ଜେଲରେ କରୋନା ଆକ୍ରାନ୍ତ ହୋଇଥିବା ଅନ୍ତେବାସୀଙ୍କ ସଂଖ୍ୟା ୨୨ କୁ ବୃଦ୍ଧି ପାଇଛି। ଶୁକ୍ରବାର ଦିନ ଆଉ ୯ ଜଣ କଏଦୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
ସୂଚନାନୁସାରେ, ଏପ୍ରିଲ୍ ୩୦ରେ ୬ ଜଣ ଅନ୍ତେବାସୀ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ୬୨ ଜଣ ଅନ୍ତେବାସୀ ଏବଂ ଜେଲ୍ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଇଥିଲା। ସେଥିରୁ ଆଉ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।
ଶୁକ୍ରବାର ଦିନ ମିଳିଥିବା ରିପୋର୍ଟରୁ ଜଣାପଡିଛି ଯେ ଜେଲ୍ର ଆଉ ୯ ଜଣ କଏଦୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି।
ସତର୍କତାମୂଳକ ପଦକ୍ଷେପ ଭାବରେ ୨୨ ଜଣ ଅନ୍ତେବାସୀଙ୍କୁ ଜେଲ ପରିସରରେ ଥିବା ଏକ ପୃଥକ କୋଠରୀରେ ରଖାଯାଇଛି।
ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ ସମଗ୍ର ଜେଲକୁ ସାନିଟାଇଜ କରାଯାଇଛି ଏବଂ ଅନ୍ତେବାସୀଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।
Comments are closed.