Latest Odisha News

BREAKING NEWS

ମୋଷ୍ଟ ୱାଣ୍ଟେଡ୍‌ ମୁଭି ‘ରାଧେ’; ରୋଜଗାର ଗୋଟିଏ ଦିନରେ ୪.୪ କୋଟିରୁ ଅଧିକ

ନୂଆଦିଲ୍ଲୀ: ସଦ୍ୟ ରିପୋର୍ଟ ଅନୁଯାୟୀ, ବଲିଉଡ୍‌ ଚଳଚ୍ଚିତ୍ର ‘ରାଧେ’ ୟୋର୍‌ ମୋଷ୍ଟ ୱାଣ୍ଟେଡ ଭାଇ ଅନ୍ତର୍ଜାତୀୟ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରି ନଥିବା ଜଣାପଡ଼ିଛି। ସଲ୍‌ମାନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ବିଦେଶର ରିଲିଜ ହେବାର ପ୍ରଥମ ଦିନରେ ପ୍ରାୟ ୬୦୦୦୦୦ ଡଲାର (୪.୩୯ କୋଟି) ସଂଗ୍ରହ କରିଥିବା ଜଣାଯାଇଛି।

ରିପୋର୍ଟ ଅନୁଯାୟୀ, ଫିଲ୍ମ ଗଲ୍ଫ ବଜାରରେ ପ୍ରାୟ ୪୦,୦୦୦୦ ଡଲାର ରୋଜଗାର କରିଥିଲା। ଚଳଚ୍ଚିତ୍ର ସମୀକ୍ଷକ ତରନ ଆଦର୍ଶ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡରେ ଯଥାକ୍ରମେ ୩୫ ଲକ୍ଷ ଏବଂ ୫.୯ ଲକ୍ଷ ଆକଳନ କରିଛନ୍ତି। ଏହି ଫିଲ୍ମ ଆମେରିକାର ପ୍ରଥମ ଦିନରେ ୫୫୦୦୦ ଡଲାର ରୋଜଗାର କରିଥିଲା।

ଭାରତରେ କରୋନା ମହାମାରୀ ହେତୁ ଏହି ଚଳଚ୍ଚିତ୍ର ଅନଲାଇନରେ ପେ-ପର୍‌-ଭ୍ୟୁ ମଡେଲରେ ମୁକ୍ତିଲାଭ କରିଥିଲା। ଜି ଷ୍ଟୁଡିଓ ଏବଂ ସଲମାନ ଇନଷ୍ଟାଗ୍ରାମରେ ଘୋଷଣା କରିଥିଲେ ଯେ ଫିଲ୍ମ ପ୍ରଥମ ଦିନରେ ଡିଜିଟାଲ ପ୍ଲାଟଫର୍ମରେ ୪.୨ ନିୟୁତ ରୋଜଗାର କରିଛି।

Leave A Reply

Your email address will not be published.