Latest Odisha News

BREAKING NEWS

ଆଜି ପୁରୀରେ ରଥ ନର୍ମାଣ ଅନୁକୂଳ, ଚନ୍ଦନଯାତ୍ରାରେ ଚାପ ଖେଳିବେ ମହାପ୍ରଭୁ

ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜିଠୁ ଆରମ୍ଭ ହେଉଛି ମହାପ୍ରଭୁଙ୍କ ରଥଯାତ୍ରା ନୀତି । ଆଜି ରଥ ନିର୍ମାଣ ଅନୁକୂଳ ପରମ୍ପରା ରହିଛି । ଏବର୍ଷ କୋଭିଡ୍ କଟକଣା ଭିତରେ ବିନା ଭକ୍ତରେ ନିରାଡମ୍ବର ଭାବରେ ରଥ ଅନୁକୂଳ ହେବ । ଅଳ୍ପ ସେବାୟତଙ୍କୁ ନେଇ ରଥ ଅନୁକୂଳ ନୀତି ସଂପନ୍ନ କରାଯିବ ।

ସେହିପରି ଆଜିଠୁ ଆରମ୍ଭ ହେଉଛି ଶ୍ରୀଜିଉଙ୍କ ବାହାର ଚନ୍ଦର ଯାତ୍ରା । ଚାପ ଖେଳିବେ ମହାପ୍ରଭୁ । ବିନା ଭକ୍ତରେ ଚନ୍ଦନଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀ ଚାରିପଟେ ୧୪୪ ଧାରା ଜାରି କରାଯାଇଛି । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମକୃଷ୍ଣଙ୍କ ସମେତ ପଞ୍ଚ ମହାଦେବ ଜମ୍ବେଶ୍ୱର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ୱରର ଓ ନୀଳକଣ୍ଠେଶ୍ୱର ଚନ୍ଦନଯାତ୍ରା ପାଇଁ ଶ୍ରୀମନ୍ଦିରରୁ ବାହାରିବେ ।

ବଡ଼ଦାଣ୍ଡ ଦେଇ ନରେନ୍ଦ୍ର ପୁଷ୍କରିଣୀଠାରେ ପହଞ୍ଚିବା ପରେ ନନ୍ଦା-ଭଦ୍ରାରେ ଚାପ ଖେଳିବେ । ୨୧ ଦିନ ଧରି ଚାଲିବ ଶ୍ରୀଜିଉମାନଙ୍କର ବାହାର ଚନ୍ଦନ ଯାତ୍ରା । କେବଳ ପାସ ପାଇଥିବା ସେବକଙ୍କୁ ନୀତିକାନ୍ତି ପାଇଁ ଅନୁମତି ମିଳିଛି । କୋଭିଡ୍ କଟକଣା ଭିତରେ ସବୁ କିଛି ସମ୍ପାଦିତ ହେବ ।

Comments are closed.