Latest Odisha News

BREAKING NEWS

ଫିଲ୍ମ ‘ଆଦିପୁରୁଷ’ରେ ପ୍ରଭାସଙ୍କ ସହ ନଜର ଆସିବେ ଅଭିନେତା ସିଦ୍ଧାର୍ଥ ଶୁକ୍ଲା!

ନୂଆଦିଲ୍ଲୀ: ନିକଟରେ ବିଗ୍ ବସ୍ ୧୩ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଅଭିନୀତ ୱେବ୍‌ ସିରିଜ୍‌ ବ୍ରୋକେନ୍‌ ବଟ୍‌ ବିୟୁଟିଫଲ୍‌ ୩ର ଟ୍ରେଲର୍‌ ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ ମଧ୍ୟ କରିଛନ୍ତି।

ତେବେ ସିଦ୍ଧାର୍ଥଙ୍କ ପ୍ରଶଂସକଙ୍କ ଆଉ ଖୁସି ଖବର ମଧ୍ୟ ରହିଛି। ସୂଚନାଯୋଗ୍ୟ ସିଦ୍ଧାର୍ଥଙ୍କୁ ଏକ ଏକ ବଡ ବଜେଟ୍ ବଲିଉଡ ଫିଲ୍ମ ପାଇଁ ଅଫର୍‌ ଆସିଛି। ସେହି ଚଳଚ୍ଚିତ୍ରଟି ହେଉଛି ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର ‘ଆଦିପୁରୁଷ’। ଏଥିରେ ପ୍ରଭାସଙ୍କ ସମତେ ସୈଫ ଅଲି ଖାନ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ଖବର ଅନୁଯାୟୀ ସିଦ୍ଧାର୍ଥଙ୍କୁ ‘ଆଦିପୁରୁଷ’ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରଦାନ କରାଯାଇଛି। ଏହି ଫିଲ୍ମରେ ସିଦ୍ଧାର୍ଥ ମେଘନାଦ ଭୂମିକାରେ ଅଭିନୟ କରିବା ନେଇ ସୂଚନା ମିଳିଛି। ତେବେ ଏହାକୁ ନେଇ ଫିଲ୍ମ ନିର୍ମାତାଙ୍କ ତରଫରୁ ‌କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।

ଯଦି ଏହା ସତ ହୁଏ, ତେବେ ସିଦ୍ଧାର୍ଥଙ୍କ ପ୍ରଶଂସକଙ୍କ ପାଇଁ ଏହା ଏକ ବଡ଼ ଉପହାର ହେବ।

Comments are closed.