ଭୁବନେଶ୍ୱର : ନିଜ ଆଗ୍ରହ ଓ ଉଦ୍ୟମ ବଳରେ ଭୁବନେଶ୍ୱରସ୍ଥିତ ଜାଗମରା ଅଞ୍ଚଳର ସୁଦର୍ଶନ ସାହୁ ନିଜ ଘରେ ଏକ ଛୋଟ ସଂଗ୍ରହାଳୟ କରି ପାରିଛନ୍ତି। ସେ ଏହାର ନାମ ‘ଗୋପୀନାଥ ହେରିଟେଜ ମ୍ୟୁଜିୟମ ଅଫ ବ୍ରାସ ଆଣ୍ଡ ବେଲ ମେଟାଲ କ୍ରାଫ୍ଟ ଆଣ୍ଡ ନେଗଲେକଟେଡ ଆର୍ଟସ’ ରଖିଛନ୍ତି।
ସେ ଓଡ଼ିଶାର ବିଭିନ୍ନ ଗ୍ରାମରୁ ୧୦୦ ରୁ ୨୦୦ ବର୍ଷର ପୁରୁଣା ସାମଗ୍ରୀ ସଂଗ୍ରହ କରିଛନ୍ତି। ଯେଉଁଥିରେ ସେତେବେଳର ରାଜା ମାନଙ୍କ ଅମଳର ସାମଗ୍ରୀମାନ ରହିଛି। ଗତ ୩୦ ବର୍ଷ ଭିତରେ ସେ ୪ ହଜାରରୁ ଅଧିକ ସାମଗ୍ରୀ ସଂଗ୍ରହ କରି ସାରିଲେଣି। ଏଥିରେ ଘରୋଇ ଉପକରଣ , ଆଦିବାସୀ ମାନଙ୍କର ଅଳଙ୍କାର , ବାଦ୍ୟଯନ୍ତ୍ର , ବିଭିନ୍ନ ଆକୃତିର କଂସା ପିତ୍ତଳ ବେଲା, ଦୀପଦାନୀ , ଘଣ୍ଟି , ଓ ପାଣି ଜଗ ରହିଛି। ଶ୍ରୀ ସାହୁ ପେଶାରେ ଜଣେ ବ୍ୟାଙ୍କ କର୍ମଚାରୀ ଥିଲେ ଏବଂ ଅବସର ପରେ ନିଜର ସମ୍ପୂର୍ଣ୍ଣ ସମୟ ତାଙ୍କ ସଂଗ୍ରହାଳୟର ପାଇଁ ଦେଉଛନ୍ତି ।
Comments are closed.