ଲୋଇସିଂହା: ଶ୍ରମିକ ବଦଳରେ ମେସିନ କରୁଛି ମନରେଗା କାମ । ବର୍ତ୍ତମାନ ସାରା ଭାରତ ସହ ଓଡିଶାର ଜନ ସାଧାରଣ କରୋନା ସଂକ୍ରମଣ ସହ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ରାଜ୍ୟ ସରକାର ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ଲକଡାଉନ ମଧ୍ୟ ଘୋଷଣା କରିଛନ୍ତି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଗ୍ରାମାଞ୍ଚଳର ଶ୍ରମିକ ମାନେ କାମଧନ୍ଦା ନ ପାଇ ବହୁ ଦୁଃଖ ଜଞ୍ଜାଳରେ ନିଜ ପରିବାର ପରିପୋଷଣ କରୁଛନ୍ତି । ଏଭଲି ସମୟରେ ଶ୍ରମିକ ମାନେ ମନରେଗା ଯୋଜନା ମାଧ୍ୟମରେ ମାଟିକାମ କରି ନିଜ ପରିବାର ପରିପୋଷଣ କରିବାକୁ କାମ ମିଳୁଛି । ହେଲେ ଶ୍ରମିକ ନୁହେଁ ତା ବଦଳରେ ମେସିନ କାମ କରୁଥିବା ଦେଖିବାକୁ ମିଳିଛି ।
ଯାହା ଏହି ବଲାଙ୍ଗୀର ଲୋଇସିଂହା ହୀରାପୁର ପଞ୍ଚାୟତର ପନେସରାରେ ହେଉଛି । ଭଲ ଭାବରେ ଦେଖନ୍ତୁ ଏହା ହେଉଛି ମନରେଗା ଯୋଜନାରେ କୃଷି ପୋଖରୀ ଖନନ କରିବାର ଦୃଶ୍ୟ । ଖୁଲୁମ ଖୁଲା ଦିନବେଳା ଏହି କାମକୁ ବେଧଡକ ଭାବରେ ଚାଲିଛି । ସୂଚନା ଫଳକରେ ବି ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଏହା ମନରେଗା ଯୋଜନାରେ କୃଷି ପୋଖରୀ ଖନନ କାମ । ଏହି କାମକୁ ଶ୍ରମିକ ମାନେ କରୁଛନ୍ତି କିନ୍ତୁ ବିଡମ୍ବନା ର ବିଷୟ ସୂଚନା ଫଳକରେ ଲେଖା ଅଛି ଶ୍ରମିକ କାମ କରୁଛନ୍ତି ।
କିନ୍ତୁ ବାସ୍ତବରେ ତାହା ଶ୍ରମିକ ବଦଳରେ ମେସିନ କରୁଛି ମନରେଗା କାମ । କେବଳ ଏତିକି ନୁହେଁ ଏହି ଗ୍ରାମରେ ଅନେକ ଲୋକ କୃଷି ପୋଖରୀ କୁ ମେସିନ ଦ୍ୱାରା ଖନନ କରିଥିବା ବେଳେ ଜଣେ ପୂର୍ବତନ ସରପଞ୍ଚ ମଧ୍ୟ ଶ୍ରମିକ ସାଜି ଚଂଚକତା କରି ବେଆଇନ ଅର୍ଥ ହତେଇ ଥିବା ଜଣା ପଡ଼ିଛି। ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏ ଦିଗରେ ତଦନ୍ତ କଲେ ଅନେକ ସତ୍ୟ ଘଟଣା ପର୍ଦାଫାସ ହୋଇପାରିବ ।
Comments are closed.