ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରେ ୨ ଲକ୍ଷ ୧୧ ହଜାର ୨୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୩ ହଜାର ୮୪୭ ଟପିଛି ଦୈନିକ କରୋନା ମୃତ୍ୟୁ ସଂଖ୍ୟା।
ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭୩ ଲକ୍ଷ ୬୯ ହଜାର ୦୯୩କୁ ବୃଦ୍ଧି ପାଇଛି।
India reports 2,11,298 new #COVID19 cases, 2,83,135 discharges & 3,847 deaths in last 24 hrs, as per Health Ministry
Total cases: 2,73,69,093
Total discharges: 2,46,33,951
Death toll: 3,15,235
Active cases: 24,19,907
Total vaccination: 20,26,95,874 pic.twitter.com/C7OxNW18fA— ANI (@ANI) May 27, 2021
ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଆଉ ୩୮୪୭ କରୋନା ଆକ୍ରାନ୍ତ । ଏଯାଏଁ ମହାମାରୀ ଦେଶରେ ମୋଟ୍ ୩ ଲକ୍ଷ ୧୫ ହଜାର ୨୩୫ ଜୀବନ ନେଲାଣି।
ଗତ ୨୪ ଘଣ୍ଟାରେ ଦେଶରେ ସୁସ୍ଥ ହୋଇଛନ୍ତି ୨,୮୩,୧୩୫। ବର୍ତ୍ତମାନ ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କଲେଣି ୨ କୋଟି ୪୬ ଲକ୍ଷ ୩୩ ହଜାର ୯୫୧ ଆକ୍ରାନ୍ତ । ସେହିପରି ଆକ୍ଟିଭ୍ କେସ୍ ରହିଛି ୨୪ ଲକ୍ଷ ୧୯ ହଜାର ୯୦୭।
ଅପରପକ୍ଷେ ଏଯାବତ୍ ୨୦, ୨୬, ୯୫,୮୭୪ ଟିକାକରଣ ହୋଇଛି।
Comments are closed.