Latest Odisha News

ଦ୍ୱିତୀୟ ସଂକ୍ରମଣ ହେତୁ ୫୬ ପ୍ରତିଶତରୁ ଅଧିକ କରୋନା ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶର ୧୦ ଟି ଡାକ୍ତରଖାନାରେ କରାଯାଇଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ ଯେ ଦ୍ବିତୀୟ ସଂକ୍ରମଣରେ ଆକ୍ରାନ୍ତ କରୋନା ରୋଗୀଙ୍କ ମଧ୍ୟରୁ ପ୍ରାୟ ୫୬ ପ୍ରତିଶତରୁ ଅଧିକଙ୍କ ମୃତ୍ୟୁ ଘଟିଛି। ଏ ନେଇ ଆଇଏମ୍‌ସିଆର୍‌ ପକ୍ଷରୁ ଏକ ବିବରଣୀ ପ୍ରଦାନ କରାଯାଇଛି।

BjdElectrycity

ଆଇସିୟୁ ଏବଂ ୧୦ଟି ଡାକ୍ତରଖାନାର ୱାର୍ଡରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କ ମଧ୍ୟରେ ଦ୍ବିତୀୟ ସଂକ୍ରମଣର ପୁନ ଯାଞ୍ଚ କରାଯାଇଥିଲା।

ଅଧ୍ୟୟନରୁ ଜଣାପଡିଛି ଯେ ଅନେକ କରୋନା ରୋଗୀଙ୍କଠାରେ ଚିକିତ୍ସା ସମୟରେ କିମ୍ବା ପରେ ବ୍ୟା‌କ୍ଟେରିଆ କିମ୍ବା ଫଙ୍ଗଲ୍ ସଂକ୍ରମଣ ଦେଖାଦେଇଥିଲା। ଏହା ଯୋଗୁ ଅଧାରୁ ଅଧିକ ରୋଗୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

୧୭.୫୩୪ ରୋଗୀଙ୍କ ମଧ୍ୟରୁ ୩.୬ ପ୍ରତିଶତ ଦ୍ବିତୀୟ ସଂକ୍ରମଣରେ ବ୍ୟା‌କ୍ଟେରିଆ ବା ଫଙ୍ଗଲ୍ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ। ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କ ସାମଗ୍ରିକ ମୃତ୍ୟୁ ତୁଳନାରେ ଦ୍ବିତୀୟ ସଂକ୍ରମଣ କ୍ଷେତ୍ରରେ ମୃତ୍ୟୁ ହାର ବହୁଗୁଣିତ ହୋଇଥିଲା।

Leave A Reply

Your email address will not be published.