Latest Odisha News

BREAKING NEWS

ଇଂଲଣ୍ଡ ଗସ୍ତ ପୂର୍ବରୁ କରୋନା ଟିକା ନେଲେ ଭାରତୀୟ ମହିଳା କ୍ରିକେଟ ଟିମ୍, ୟୁକେର ଦିଆଯିବ ଦ୍ୱିତୀୟ ଡୋଜ୍

ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ ଟିମର ସମସ୍ତଙ୍କୁ କୋଭିଡ୍ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି । ଇଂଲଣ୍ଡ ଗସ୍ତ ପୂର୍ବରୁ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । ଏବେ ଦଳର ସଦସ୍ୟ ମୁମ୍ବାଇରେ କ୍ୱାରେଣ୍ଟାଇନରେ ଅଛନ୍ତି ।

ସୂତ୍ର ଅନୁସାରେ, ସମସ୍ତଙ୍କୁ ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ୟୁକେରେ ଦିଆଯିବ । ସମସ୍ତଙ୍କୁ କୋଭିସିଲ୍ଡ ଟିକା ଦିଆଯାଇଥଛି । ତେଣୁ ୟୁକେରେ କୋଭିସିଲ୍ଡ ଦିଆଯାଉଥିବାରୁ କୌଣସି ଅସୁବିଧା ସୃଷ୍ଟି ହେବନାହିଁ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଇଂଲଣ୍ଡରେ ଭାରତୀୟ ମହିଳା କ୍ରିକେଟ ଟିମ୍ ଗୋଟିଏ ଟେଷ୍ଟ, ତିନୋଟି ଦିନିକିଆ ସହ ତିନିଗୋଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ । ପ୍ରଥମେ ଜୁନ୍ ୧୬ରେ ୪ ଦିନିଆ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଜୁନ୍ ୨୭ରୁ ଇଂଲଣ୍ଡ ବିପକ୍ଷରେ ତିନି ଟିକିଆ ଦିନିକିଆ ସିରିଜ୍ ଖେଳିବ ଭାରତୀ ମହିଳା ଦଳ । ଏହି ମ୍ୟାଚ୍ ବ୍ରିଷ୍ଟଲ, ଟଉଣ୍ଟନ ଓ ୱକ୍ରେଷ୍ଟରରେ ଖେଳାଯିବ ।

Leave A Reply

Your email address will not be published.