Latest Odisha News

BREAKING NEWS

କେନ୍ଦ୍ରାପଡାରେ ଯୁବକଙ୍କୁ ଗୁଳିମାଡ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତର ବଡନୟନପୁର ଛକରେ ଗୁରୁବାର ରାତିରେ ୁ ଗୁଳିମାଡ ଭଳି ଅଭାବନୀୟ ଘଟଣା ଘଟିଛି ।

ଏହି ଗୁଳିକାଣ୍ଡରେ ପ୍ରଶାନ୍ତ ବାରିକ ନାମକ ଜଣେ ଯୁବକଙ୍କ ବାମ ଗୋଡ଼ରେ ଗୁଳି ବାଜିଛି । ଫଳରେ ସେ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନାଅନୁଯାୟୀ ଗତକାଲି ରାତି ପ୍ରାୟ ୯ଟା ୪୫ ମିନିଟ ସମୟରେ ବଡନୟନପୁର ଛକସ୍ଥିତ ଏକ ଗାଡ଼ି ଗ୍ୟାରେଜ୍ ଉପରକୁ ୩ଜଣ ଯୁବକ ବାଇକ୍ରେ ଆସି ଗୁଳିମାଡ଼ କରିଥିଲେ। ସେହିସମୟରେ ଗାଡି ସଜାଡ଼ି ପାଇଁ ପ୍ରଶାନ୍ତ ଆସିଥିବାବେଳେ ତଙ୍କ ବାମ ଗୋଡ଼ରେ ଗୁଳି ବାଜିଥିଲା।

ପରବର୍ତ୍ତୀ ସମୟରେ ପ୍ରଶାନ୍ତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ପ୍ରଥମେ ତେଣ୍ଡାକୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ଘଟଣାସ୍ଥଳରେ ପାଟକୁରା ପୋଲିସ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.