Latest Odisha News

BREAKING NEWS

ଝାରସୁଗୁଡାରେ ଦୁର୍ଘଟଣାଗ୍ରସ୍ତ ମୃତ ଯବାନଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ବେଲପାହାଡ ଠାରେ ଶୁକ୍ରବାର ଦିନ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣ ଯବାନ ନିହତ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପାଇଁ ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

ମୃତ ୨ଜଣ ଯବାନ ହେଲେ ଏସଓଏପି ୨ୟ ବାଟାଲିୟନର ପ୍ରଶାନ୍ତ ବେହେରା ଓ ଶଙ୍କର ପ୍ରସାଦ ପନ୍ଥ । ପ୍ରଶାନ୍ତଙ୍କ ଘର ପୁରୀ ଜିଲ୍ଲାରେ ହୋଇଥିବା ବେଳେ ନିହତ ଯବାନ ପନ୍ଥଙ୍କ ସର୍ମ୍ପକରେ ସୂଚନା ମିଳପାରିନାହିଁ ।

ଆହୁରି ମଧ୍ୟ ସେମାନଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ଦିଆଯିବା ନେଇ ଘୋଷଣା କରାଯାଇଥିବା ବେଳେ ଆହତମାନଙ୍କ ପାଉଁ ୧ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.