Latest Odisha News

BREAKING NEWS

ଓଡ଼ିଶା ରାଜ୍ୟପାଳଙ୍କ ଦ୍ୱାରା ‘ଗାନ୍ଧୀ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ୍ ଶନିବାର ଦିନ ରାଜଭବନଠାରେ ‘ଗାନ୍ଧୀ’ ପୁସ୍ତକ ଉନ୍ମୋଚିତ କରିଛନ୍ତି । ବିଶିଷ୍ଟ କବି ଭାରତ ମାଝୀ ଓ ବନୋଜ ତ୍ରିପାଠୀଙ୍କ ଦ୍ୱାରା ସଂକଳିତ ଏବଂ ‘ପକ୍ଷୀଘର’ ପ୍ରକାଶନ ଦ୍ୱାରା ପ୍ରକାଶିତ ଏହି ପୁସ୍ତକ ଗାନ୍ଧିଜୀଙ୍କୁ ନେଇ ଲେଖା କବିତା ଏବଂ ତାଙ୍କୁ ନେଇ ଅଙ୍କା ଚିତ୍ରର ଏକ ଅନୁପମ ସମାହାର ।

ଏହି ସଂକଳନଟିକୁ ‘କଳା ଓ କବିତାର ଅର୍ଘ୍ୟ’ ଭାବରେ ଅଭିହିତ କରାଯାଇଛି । ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କଠାରୁ ଆରମ୍ଭ କରି ନୂଆ ପିଢିର କବିଙ୍କ ପର୍ଯ୍ୟନ୍ତ ଏଥିରେ ଗାନ୍ଧିଜୀଙ୍କୁ ନେଇ ୬୫ଟି କବିତା ଓ ୨୦ଟି ପ୍ରସିଦ୍ଧ ଚିତ୍ର ରହିଛି । ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ଏହାର ମୁଖବନ୍ଧ ଓ ଅସିତ ମହାନ୍ତି ପୃଷ୍ଠପ୍ରଚ୍ଛଦର ଆଲେଖ୍ୟ ଲେଖିଛନ୍ତି ।

ରାଜ୍ୟପାଳ ଗଣେଶୀ ଲାଲ୍ ଗାନ୍ଧୀଙ୍କ ଉପରେ ପର୍ଯ୍ୟବେଶିତ ହୋଇଥିବା ଏହି ଅନବଦ୍ୟ ପୁସ୍ତକଟିକୁ ଉନ୍ମୋଚିତ କରିବା ସହିତ ମହାତ୍ମା ଗାନ୍ଧୀଙ୍କ ଜନ୍ମର ସାର୍ଦ୍ଧଶତ ବର୍ଷ ଅବସରରେ ଏପରି ଏକ କଳା ଓ କବିତା ସଂକଳନର ପରିକଳ୍ପନା ପାଇଁ ସମ୍ପାଦକ ଓ ପ୍ରକାଶକଙ୍କୁ ସାଧୁବାଦ ଜଣାଇଥିଲେ ।

ଏହି ଅବସରରେ ଦୁଇ ସଂକଳକ ବନୋଜ ତ୍ରିପାଠୀ ଓ ଭାରତ ମାଝୀଙ୍କ ସହିିତ ଅଧ୍ୟାପକ ବିଶ୍ୱରଞ୍ଜନ ଓ ଅସିତ ମହାନ୍ତି ଉପସ୍ଥିତ ରହିଥିଲେ ।

ଶ୍ରୀ ମହାନ୍ତି ରାଜ୍ୟପାଳଙ୍କୁ ‘ଆମ ଓଡ଼ିଶା’ ପ୍ରକାଶିତ ତାଙ୍କର ୩ଟି ବହି ‘ବାପୁ ମୋ ମାଆ’, ‘ନବକଳେବର କଥା’ ଓ ‘ଶ୍ରୀଜଗନ୍ନାଥଙ୍କ ରସଗୋଲା’ ଉପହାର ଦେଇଥିଲେ ।

Leave A Reply

Your email address will not be published.