Latest Odisha News

BREAKING NEWS

କୋଭିଡ୍‌ ନିୟମ ଉଲ୍ଲଂଘନ; ୧୩୦ରୁ ଅଧିକ ରେଳ ଯାତ୍ରୀ ଦେବେ ଫାଇନ

ନୂଆଦିଲ୍ଲୀ: କୋଡିଭ୍‌ ନିୟମ ଉଲ୍ଲଂଘନ କରି ତଣ୍ଡ ଗଣିଲେ ୧୩୦ରୁ ଅଧିକ ରେଳ ଯାତ୍ରୀ। ଟ୍ରେନ୍ ଭିତରେ ଫେସ୍ ମାସ୍କ ନ ପିନ୍ଧିବା ଯାତ୍ରୀଙ୍କୁ ପଡ଼ିଲା ମହଙ୍ଗା। ମଙ୍ଗଳବାର ଦିନ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ମେଟ୍ରୋ କର୍ତ୍ତୃପକ୍ଷ ୧୩୦ ରୁ ଅଧିକ ଯାତ୍ରୀଙ୍କୁ ଦଣ୍ଡିତ କରିଥିବା ସୂଚନା ମିଳିଛି।

ଦିଲ୍ଲୀରେ କରୋନା କଟକଣା କୋହଳ ହେବା ପରେ ସ୍ଥିତିକୁ ପରଖି ସୋମବାର ପ୍ରାୟ ଚାରି ସପ୍ତାହ ପରେ ଦିଲ୍ଲୀ ମେଟ୍ରୋ ସେବା ଆରମ୍ଭ ହୋଇଥିଲା। ଟ୍ରେନ୍ ଗୁଡିକରେ ୫୦ ପ୍ରତିଶତ ବସିବା କ୍ଷମତା ସହ ଏହି ସେବା ଆରମ୍ଭ ହୋଇଛି। ଏହାସହିତ ଛିଡା ହୋଇ ଯାତ୍ରୀମାନଙ୍କୁ ଯାତ୍ରା କରିବାକୁ ଅନୁମତି ମଧ୍ୟ ଦିଆଯାଇ ନାହିଁ।

Comments are closed.