Latest Odisha News

BREAKING NEWS

ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି ‘ବଏ୍‌କଟ୍‌ କରୀନା କପୁର’

ନୂଆଦିଲ୍ଲୀ: ଟ୍ୱିଟରରେ ଅଭିନେତ୍ରୀ କରୀନା କପୁର ଖାନଙ୍କୁ ନେଇ ଝଡ ସୃଷ୍ଟି ହୋଇଛି। ଏବେ ଟ୍ବିଟରରେ ଟ୍ରେଣ୍ଡ୍‌ କରୁଛି ‘ବଏ୍‌କଟ୍‌ କରୀନା କପୁର ଖାନ’। ଏହି ଝଡ ପଛର କାରଣ ହେଉଛି ଫିଲ୍ମ ‘ରାମାୟଣ’ରେ ସୀତା ରୋଲ୍‌ ପାଇଁ କରୀନାଙ୍କ ୧୨ କୋଟି ଦାବି। ସୂଚନା ମୁତାବକ ସୀତା ଭୂମିକା ପାଇଁ କରୀନା ଫି ବାବଦକୁ ୧୨ କୋଟି ଟଙ୍କା ଦାବି କରିଛନ୍ତି। କରୀନାଙ୍କ ଫିକୁ ନେଇ ଏବେ ତାଙ୍କୁ ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ମଧ୍ୟ କରାଯାଉଛି।

ତେବେ ଅଲୌକିକ ଦେଶାଇଙ୍କ ଏପିକ୍‌ ଫିଲ୍ମ ରାମାୟଣ ଲାଗି ନିର୍ମାତାଙ୍କ ପ୍ରଥମ ପସନ୍ଦ ଥିଲେ କରୀନା ଏହାର ସୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ମଧ୍ୟ ଜଣାପଡ଼ିଛି। ତେବେ ଏ ନେଇ ନିର୍ମାତା କିମ୍ବା କରୀନାଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Comments are closed.