Latest Odisha News

BREAKING NEWS

ଉଦ୍ଧାର ଟଙ୍କା ଶୁଝି ନପାରି ଅଢ଼େଇ ବର୍ଷ ଶିଶୁ କନ୍ୟାକୁ ବାପା ବିକି ଦେଇଥିବା ଅଭିଯୋଗ

ଯାଜପୁର: ଉଦ୍ଧାର ଆଣିଥିବା ଟଙ୍କା ଶୁଝି ପାରିଲା ନାହିଁ ବାପା । ଶେଷରେ ନିଜର ଅଢ଼େଇ ବର୍ଷର ଶିଶୁ କନ୍ୟାକୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ସାମନାକୁ ଆସିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରୁ । ଜେଜେବାପାଙ୍କ ଅଭିଯୋଗ ପରେ ଶିଶୁ କନ୍ୟାକୁ ଉଦ୍ଧାର କରିଛି ବିଞ୍ଝାରପୁର ଥାନା ପୋଲିସ । ଘଟଣାର ଅଧିକ ତଦନ୍ତ ଚାଲିଛି ।

ଅଭିଯୋଗ ଅନୁସାରେ, ବିଞ୍ଝାରପୁର ଥାନା ଅନ୍ତର୍ଗତ ମଲିଆ ଗାଁର ରମେଶ ବାରିକ ଜଣଙ୍କ ପାଖରୁ ପାଞ୍ଚ ହଜାର ଟଙ୍କା ଉଦ୍ଧାର ଆଣିଥିଲେ । ଟଙ୍କା ଶୁଝି ନପାରିବାରୁ ନିଜ ଅଢ଼େଇ ବର୍ଷର ଝିଅକୁ ତାଙ୍କୁ ଦେଇ ଦେଇଥିବା ଅଭିଯୋଗ କରିଥିଲେ ରମେଶଙ୍କ ବାପା ।

ରମେଶ ସମେତ ଯିଏ ଶିଶୁଟିକୁ ନେଇଥିଲେ ତାଙ୍କୁ ବି ପଚରାଉଚରା କରୁଛି ବିଞ୍ଝାରପୁର ଥାନା ପୋଲିସ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିଶୁ କନ୍ୟାକୁ ଆଣି ଶିଶୁ ମଙ୍ଗଳ ସମିତିରେ ରଖିଛନ୍ତି । ଅଧିକ ଖୋଳତାଡ କରୁଛନ୍ତି ଶିଶୁ ସୁରକ୍ଷା ଅଧିକାରୀ ।

Leave A Reply

Your email address will not be published.