Latest Odisha News

ସିଇଓରୁ ମାଇକ୍ରୋସଫ୍ଟର ନୂଆ ଅଧ୍ୟକ୍ଷ ବନିଲେ ସତ୍ୟ ନାଡେଲା

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ସଫ୍ଟୱେୟାର୍ ନିର୍ମାତା କମ୍ପାନୀ ମାଇକ୍ରୋସଫ୍ଟ ପକ୍ଷରୁ ସତ୍ୟ ନାଡେଲାଙ୍କୁ ନୂଆ ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଛି।

ଭାରତୀୟ ବଂଶୋଦ୍ଭବ ନାଡେଲା ଗତ ୭ ବର୍ଷ ଧରି କମ୍ପାନୀର ସିଇଓ ପଦରେ ରହିଆସିଛନ୍ତି। ସେ ଏବେ ଜନ୍ ଥମସନଙ୍କ ସ୍ଥାନ ନେବାକୁ ଯାଉଛନ୍ତି। ଥମସନଙ୍କୁ ୨୦୧୪ ରେ କମ୍ପାନୀର ଚେୟାରମ୍ୟାନ୍ କରାଯାଇଥିଲା।

୫୩ ବର୍ଷୀୟ ନାଡେଲା ୨୦୧୪ ରେ ମାଇକ୍ରୋସଫ୍ଟର ସିଇଓ ହୋଇଥିଲେ। ସେ କ୍ଲାଉଡ୍ କମ୍ପ୍ୟୁଟିଂ, ମୋବାଇଲ୍ ଆପ୍ଲିକେସନ୍ ସହିତ ଅଫିସ୍ ସଫ୍ଟୱେୟାର୍ ଫ୍ରାଞ୍ଚାଇଜକୁ ପୁନରୁତ୍ଥାନ କରିଥିଲେ।

Comments are closed.