ରାଉରକେଲା: ସୁନ୍ଦରଗଡର ଲୁଲକିଡିହି-ବାହାମିନିବାହଲର ବାଲିସଙ୍କରା ବ୍ଲକର ଦୀପଗ୍ରେସ ଏକ୍କା ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ହକି ଦଳରେ ସ୍ଥାନ ପାଇଁ ଓଡିଶାକୁ ଗୌରାବନ୍ୱିତ କରିଛନ୍ତି । ଓଡିଶାର ପ୍ରଥମ ମହିଳା ଭାବେ ସେ ୨ଟି ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି । ଏହା ପୂର୍ବରୁ କେବଳ ପୁରୁଷ ଖେଳାଳିଙ୍କ ମଧ୍ୟରେ ଜାତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ୩ଟି ଅଲିମ୍ପିକ୍ସ ଖେଳିଛନ୍ତି । ତେବେ ଲୁଲକିଡିହି-ବାହାମିନିବାହଲରୁ ଟୋକିଓ ଗସ୍ତ ଦୀପଗ୍ରେସ ଏତେଟା ସହଜ ନ ଥିଲା । ରିଓ ଅଲିମ୍ପିକ୍ସ ଭାରତୀୟ ମହିଳା ହକି ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ୪ଟି ପରାଜୟ ଏବଂ ଗୋଟିଏ ଡ୍ର ସହ ଦଳ ପଂଏଟ ଟେବୁଲର ଶେଷ ସ୍ଥାନରେ ରହିଥିଲା । ଏଥର କିନ୍ତୁ ଭାରତ ଟୋକିଓରେ ଭଲ ପ୍ରଦର୍ଶନ କରିବ ବୋଲି ଷ୍ଟାର ଡିଫେଣ୍ଡର ଦୀପଗ୍ରେସ କହିଛନ୍ତି । ଏଥର ଆମ ନିକଟରେ ପ୍ରଚୁର ଅଭିଜ୍ଞତା ରହିଛି । ଏହାର ଫାଇଦା ନିଶ୍ଚିତ ଉଠାଇବୁ ।
ପିଲାବେଳ: ଚାର୍ଲସ ଏବଂ ଜୟମଣି ଏକ୍କାଙ୍କ ୫ ସନ୍ତାନ ମଧ୍ୟରେ ସାନ ଥିଲେ ଦୀପଗ୍ରେସ । ୧୨ ବର୍ଷ ପର୍ଯ୍ୟନ୍ତ ହେ ହକି ଷ୍ଟିକ ଧରିବା ଶିଖି ନ ଥିଲେ । ୨୦୦୬ରେ ସୁନ୍ଦରଗଡ ସ୍ପୋର୍ଟ୍ସ ହଷ୍ଟେଲରେ ଯୋଗ ଦେଇଥିଲେ । ଏହା ପରେ ସେଠାରେ ଥିବା ସାଇ ସେଂଟରକୁ ଯାଇଥିଲେ । ୨୦୦୭ରୁ ୨୦୧୦ ମଧ୍ୟରେ ସବୁ କିଛି ବଦଳିଗଲା । ଗ୍ରେସଙ୍କ ସମ୍ପର୍କୀୟ ତଥା ତାଙ୍କର ପ୍ରଥମ କୋଚ ତେଜ କୁମାର ଖେସ୍ଙ୍କ ସଂସ୍ପର୍ଶରେ ଆସିବା ପରେ ସେ ରାଜ୍ୟ ସରକାରଙ୍କ କ୍ରୀଡା ପ୍ରତିଭା ଚୟନ ସ୍କିମରେ ମନୋନୀତ ହୋଇଥିଲେ । ସାଇ କୋଚ ଲୁସିଲା ଏକ୍କା ଓ ପିକେ ଷଡଙ୍ଗୀଙ୍କ ପ୍ରଶିକ୍ଷଣରେ ସେ ଜଣେ ଭଲ ଖେଳାଳି ପାଲଟିଗଲେ । ପ୍ରଥମେ ହଷ୍ଟେଲ ଏବଂ ପରେ ରାଜ୍ୟ ଟିମ ପକ୍ଷରୁ ଖେଳିଲେ । କ୍ରମାଗତ ଭଲ ପ୍ରଦର୍ଶନ ଯୋଗୁ ୨୦୧୧ରେ ୧୮ ବର୍ଷରୁ ଏସିଆ କପ ଟିମରେ ତାଙ୍କୁ ଚୟନ କରାଗଲା । ଭାରତ ବ୍ରୋଞ୍ଜ ପଦକ ଜିତିବା ପରେ ଦୀପଙ୍କୁ ଆର୍ଜେଂଟିନା ଗସ୍ତରେ ଯାଇଥିବା ସିନିୟର ଟିମରେ ସୁଯୋଗ ଦିଆଗଲା ।
ସଫଳତା: ଏଫଆଇଏଚ ଜୁନିୟର ମହିଳା ହକି ବିଶ୍ୱକପ ୨୦୧୩ (ଜର୍ମାନୀ)ରେ ଭାରତ ଐତିହାସିକ ପ୍ରଦର୍ଶନ କରି ପ୍ରଥମ ବ୍ରୋଞ୍ଜ ପଦକ ଜିତିଥିଲା । ଦୀପଙ୍କ ଏଥବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଇତି ମଧ୍ୟରେ ଏହି ୨୭ ବର୍ଷୀୟ ଖେଳାଳିଜଣକ ୨୦୦ରୁ ଅଧିକ ଆନ୍ତର୍ଜାତୀୟ ମ୍ୟାଚରେ ଖେଳି ସାରିଗଲେଣି । ଏହା ମଧ୍ୟ ୨ଟି ରାଜ୍ୟଗୋଷ୍ଠୀ କ୍ରୀଡା(ଗ୍ଲାସଗୋ ୨୦୧୪, ଜାକାର୍ତା ୨୦୧୮), ୨ଟି ଏସିଆନ ଗେମ୍ସ( ଇନଚିଓନ ୨୦୧୪, ଜାକର୍ତା ୨୦୧୮) ଓ ରିଓ ଅଲିମ୍ପିକ୍ସ(୨୦୧୬) ସାମିଲ ।
ସମ୍ମାନ, ପୁରସ୍କାର: ଦୀପ ୨୦୨୦ରେ ବିଜୁ ପଟ୍ଟନାୟକ ଆୱାର୍ଡ ପାଇଥିଲେ । ଏହା ପରେ ସ୍ପୋର୍ଟ୍ସଷ୍ଟାର ଏସେସ ୨୦୧୯ରେ ସ୍ପୋର୍ଟ୍ସ ଓମ୍ୟାନ ଅଫ ଦି ଇୟର ବିବେଚିତ ହୋଇଥିଲେ । ମୁମ୍ବାଇରେ ୱେଷ୍ଟର୍ଣ୍ଣ ରେଲୱେରେ କାର୍ଯ୍ୟ କରୁଥିବା ଦୀପଙ୍କ ଗୋଟିଏ ସ୍ୱପ୍ନ ଅଲିମ୍ପିକ ପଦକ ବିଜେତା ଭାରତୀୟ ଟିମରେ ସ୍ଥାନ ପାଇବା ।
BREAKING NEWS
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
- Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ
- IndiGo ପାଇଲଟଙ୍କୁ କେତେ ମିଳେ ଦରମା? ଜାଣିଲେ ହୋଇଯିବେ କାବା !
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
Comments are closed.