Latest Odisha News

BREAKING NEWS

ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା, ୧୪୪ ଧାରା ଲାଗୁ

ବାରିପଦା : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଦେବସ୍ନାନ ପୂର୍ଣ୍ଣିମା । ବିନା ଭକ୍ତରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ହରିବଳଦେଵ ବିଜେ ମହାପ୍ରଭୁଙ୍କ ମନ୍ଦିରରୁ ଜଗତରନାଥ ଜଗନ୍ନାଥ, ବଡଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ସୁଦର୍ଶନ ବଡଦେଉଳରୁ ଗୋଟି ପହଣ୍ଡି ଦ୍ୱାରା ସ୍ନାନ ମଣ୍ଡପରେ ବିଜେ ହୋଇଥିଲେ । ଏହାପରେ ଗଙ୍ଗା ଆବାହନ କରି ୧୦୮ ଲେଖାଏଁ ପଇଡ଼, କର୍ପୁର, ଚନ୍ଦନ, ସୁବାସିତ ଜଳରେ ସ୍ନାନ କରିଥିଲେ । ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ଠାରେ ଆଜି ଏହି ସ୍ନାନ ଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ସମାପନ ହୋଇଛି

ତେବେ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ନିୟମ ଯୋଗୁଁ ଭକ୍ତଙ୍କ ପାଇଁ ଦର୍ଶନ ସଂପୂର୍ଣ୍ଣ ରୁପେ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ ରଖାଯାଇଛି । ମନ୍ଦିର ପରିସରରେ ସାଧାରଣ ଲୋକଙ୍କ ଭିଡକୁ ନଜର ରଖି ୧୪୪ଧାରା ଲାଗୁ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ମନ୍ଦିର ଏବଂ ଆଖପାଖ ଅଞ୍ଚଳର ୫୦୦ମିଟର ପରିସରରେ ୧୪୪ଧାରା ଲଗାଯାଇ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାରଙ୍କ ତତ୍ୱାବଧାନରେ ୨ଡିଏସ୍ପି, ୨ ଇନ୍ସପେକ୍ଟର ସମେତ ୨୬ଜଣ ପୋଲିସ ଅଧିକାରୀ ଓ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଶାନ୍ତିଶୃଙ୍ଖଳା ପାଇଁ ମୁତୟନ କରାଯାଇଛି । ଠାକୁରଙ୍କ ନୀତିକାନ୍ତିରେ ଯେପରି କୌଣସି ଅବହେଳା ନରୁହେ ସେଥିପାଇଁ ମନ୍ଦିର ସେବାୟତ ମାନେ ଲାଗିରହିଥିଲେ । ସ୍ନାନ ପରେ ଶ୍ରୀ ବିଗ୍ରହ ମାନେ ଚନ୍ଦନ ବେଶ, ଗଜାନନ ବେଶରେ ସାଧାରଣରେ ଦର୍ଶନ ଦେଇଥିଲେ ।

ତେବେ ବିଳମ୍ବିତ ରାତିରେ ନୀତିକ୍ରାନ୍ତି ସାରି ପ୍ରଭୁ ଅଣସର ଘରକୁ ଯିବାର ଯିବାର ନୀତି ରହିଛି ।

Leave A Reply

Your email address will not be published.