Latest Odisha News

BREAKING NEWS

ପୁଣି ଭାରତକୁ ଫେରିବ ଟିକ୍‌ଟକ୍‌!

ନୂଆଦିଲ୍ଲୀ: ପୁଣି ଭାରତକୁ ଫେରିପାରେ ଟିକ୍‌ଟକ୍‌। ବ୍ୟାଟେଲ୍‌ଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ ଭାବରେ ଭାରତରେ ପବ୍‌ଜିର ପୁନଃ ଆରମ୍ଭ ପରେ ଏବେ ଦେଶରେ ଟିକ୍‌ଟକ୍‌ର ପ୍ରତ୍ୟାବର୍ତ୍ତନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଟିକଟକ୍ ଦେଶରେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ଥିବା ଜଣାପଡିଛି। ସୂଚନା ଅନୁଯାୟୀ ଚାଇନାର ସର୍ଟ ଭିଡିଓ ଆପ୍ ଭାରତୀୟ ସରକାରୀ ଅଧିକାରୀଙ୍କ ସହ ଆଲୋଚନା ଆରମ୍ଭ କରିଛି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ ନୂତନ ଆଇଟି ନିୟମକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବ ବୋଲି ଆଶ୍ୱାସନା ଦେଇଛି।

ବ୍ୟବହାରକାରୀଙ୍କ ଗୋପନୀୟତା ଏବଂ ଜାତୀୟ ସୁରକ୍ଷା କାରଣରୁ ଗତ ବର୍ଷ ଜୁଲାଇରେ ଭାରତ ସରକାର ଟିକଟକ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ମୋଟ ଉପରେ ଭାରତ ସରକାର ୨୫୦ ରୁ ଅଧିକ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ତେବେ ବାଇଟ୍‌ଡାନ୍ସ ଆଶା କରୁଛି ଯେ ଟିକଟକ୍ ଖୁବ୍‌ ଶୀଘ୍ର ଭାରତକୁ ପ୍ରତ୍ୟାବର୍ତ୍ତନ କରିବ।

 

Leave A Reply

Your email address will not be published.