Latest Odisha News

BREAKING NEWS

ମା’ ଚଣ୍ଡୀଙ୍କ ଆଶ୍ରାରେ ଜଙ୍ଗଲୀ ଭାଲୁ

ଘୁଂଚାପାଲି : ବଣ ପାହାଡ ଘେରା ଅଞ୍ଚଳ । ମନୋରମ ପରିବେଶ ଭିତରେ ରହିଛନ୍ତି ମା’ଚଣ୍ଡୀ । ଛତିଶଗଡ଼ ଘୁଂଚାପାଲିରେ ରହିଛି ଏହି ମା’ ଚଣ୍ଡୀ ମନ୍ଦିର । ମା’ଙ୍କ ନିକଟରେ ଆଗାଢ ବିଶ୍ୱାସ ଯୋଗୁ ନିତି ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ତେବେ ମନ୍ଦିରରେ ପ୍ରତିଦିନ ଘଟୁଛି ଚମତ୍କାର । ସଂଜ ନଇଁଗଲା ପରେ ଏଠାକୁ ଚାଲିଆସୁଛନ୍ତି ନିକଟ ଜଙ୍ଗଲରୁ ଭାଲୁ । ସଞ୍ଜ ଆଳତୀ ଆଉ ମନ୍ଦିରର ଘଣ୍ଟ ଘଣ୍ଟା ଶଦ୍ଦ ଶୁଣିବା ମାତ୍ରକେ ଚାଲି ଆସନ୍ତି ଏହି ଭାଲୁ ମାନେ । ଖୋଦ୍ ମନ୍ଦିର ଚାରିପାଖ ବୁଲନ୍ତି । ମନ୍ଦିରର ପ୍ରସାଦ ପାଇଁ ଜଗି ବସନ୍ତି ।

ଆଉ ପ୍ରସାଦ ପାଇଲେ ଚୁପ୍ ଚାପ ଚାଲି ଯାନ୍ତି ଜଙ୍ଗଲ ଭିତରକୁ । ମନ୍ଦିର ପୂଜାରୀଙ୍କ ଠାରୁ ନେଇ ଶ୍ରଦ୍ଧାଳୁଙ୍କ ଯାଏଁ ସମସ୍ତେ ଭାଲୁ ମାନଙ୍କୁ ପ୍ରସାଦ ଖାଇବାକୁ ଦେଇଥାନ୍ତି । ସବୁଠୁ ବଡ଼ କଥା ହେଲା ଏହି ସବୁ ଜଙ୍ଗଲୀ ଭାଲୁ ଗୁଡିକ ମଣିଷ ମାନଙ୍କ ହାତରୁ ପ୍ରସାଦ ଖାଉଚନ୍ତି । ବର୍ଷ ବର୍ଷ ହେଲା ଏଠାକୁୁ ଆସୁଛନ୍ତି କିନ୍ତୁ ଆଜି ଯାଏଁ କାହାର କ୍ଷତି କରିଥିବା ଶୁଣାଯାଇନି । ଯାହାକୁ ମା’ଙ୍କ ଚମତ୍କାର ବୋଲି ମଧ୍ୟ କୁହାଯାଉଛି ।

ଏହି ଘଟଣା ନିତିଦିନିଆ ହୋଇଗଲାଣି । ତେବେ ଏହା ଦିନ କି ଦୁଇଦିନର କଥା ନୁହେଁ ବର୍ଷ ବର୍ଷ ଧରି ଏଠାକୁ ଆସୁଛନ୍ତି ଭାଲୁ ମାନେ । ଆଉ ମନ୍ଦିରରୁ ପ୍ରସାଦ ଖାଇ ପୁଣି ଫେରିଯାନ୍ତି । କିଛି ଲୋକ ଏହାକୁ ମା’ଙ୍କ ଚମତ୍କାର କହୁଥିବା ବେଳେ କିଛି ଲୋକ ଭାଲୁ ମାନେ ଖାଦ୍ୟ ଅନ୍ୱେଷଣରେ ଆସୁଥିବା କୁହନ୍ତି । ଭାଲୁ ମନେ ଜଙ୍ଗଲରୁ ମା’ଙ୍କ ପାଖକୁ ପ୍ରସାଦ ପାଇଁ ଆସୁଥିବା ବେଳେ ଏଯାଏ କିନ୍ତୁ କାହା ପାଖରେ ଖବର ନାହିଁ ଯେ ଭାଲୁ କେଉଁଠୁ ଆସନ୍ତି ଆଉ ଏହି ଭାଲୁ ସବୁ କୁଆଡେ ଗାୟବ ହୋଇଯାନ୍ତି । ଯାହା ଏବେ ବିୀ ରହସ୍ୟ ମୟ ହୋଇ ପଡିଛି ।

Leave A Reply

Your email address will not be published.