Latest Odisha News

ଆସନ୍ତା ୩-୪ ଦିନ ମଧ୍ୟରେ ପୁଣି ମରଣାନ୍ତକ ଆକ୍ରମଣ କରିବାକୁ ଜୈଶ-ଇ-ମହମ୍ମଦର ମସୁଧା: ଇଣ୍ଟେଲିଜେନ୍ସ ରିପୋର୍ଟ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରରୋଚିତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଜମ୍ମୁର ପୁଲୱାମା ଆତ୍ମଘାତୀ ବିସ୍ଫୋରଣ ପରି ଭାରତ ଉପରେ ଏକ ମରଣାନ୍ତକ ଆକ୍ରମଣର ଯୋଜନା ପ୍ରସ୍ତୁତ କରୁଛି ବୋଲି ଇଣ୍ଟେଲିଜେନ୍ସ ପକ୍ଷରୁ ସତର୍କ ସୂଚନା ପ୍ରଦାନ କରାଯାଇଛି ।

ଇଣ୍ଟେଲିଜେନ୍ସ ଏଜେନ୍ସି ପକ୍ଷରୁ ମିଳିଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ, ଏହି ବେଆଇନ୍ ଘୋଷିତ ଉଗ୍ରପନ୍ଥୀ ସଂଗଠନ ଖୁବ୍ ଶିଘ୍ର ଭାରତ ଉପରେ ଏକ ଆକ୍ରମଣର ଯୋଜନା ପ୍ରସ୍ତୁତ କରିଛି । ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନ ସୀମା ବାଲାକୋଟରେ ଏୟାର ଷ୍ଟ୍ରାଇକ୍ ଦ୍ୱାରା ବୃହତ୍ ଆତଙ୍କୀ କ୍ୟାମ୍ପକୁ ସମ୍ପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ କରାଯାଇଥିଲା ।

Leave A Reply

Your email address will not be published.