Latest Odisha News

ଅଶ୍ୱିନୀ କୁମାର ବୈଷ୍ଣବଙ୍କୁ ରେଳ ଦାୟିତ୍ୱ

ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ନୂଆ ମୁହଁ । ରାଜ୍ୟସଭା ସାଂସଦ ଅଶ୍ୱିନୀ କୁମାର ବୈଷ୍ଣବଙ୍କ କ୍ୟାବିନେଟ ପାହ୍ୟା ମନ୍ତ୍ରୀ । କ୍ୟାବିନେଟ ପାହ୍ୟା ପାଇବାରେ ପ୍ରଥମ ଓଡ଼ିଶା ସାଂସଦ ହେଉଛନ୍ତି ଅଶ୍ୱିନୀ । ଦୁଇ ଦୁଇଟି ଦାୟିତ୍ୱ ଗ୍ରହଣ କରିଥିବା ବେଳେ କେନ୍ଦ୍ର ରେଳମନ୍ତ୍ରୀ ଭାବେ ଅଶ୍ୱିନୀଙ୍କ ବଡ଼ ଦାୟିତ୍ୱ ରହିଛି । ରେଳଯାତ୍ରୀଙ୍କ ପାଇଁ ଅନେକ ସୁବିଧା ସହ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି ସେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କର ବ୍ୟକ୍ତିଗତ ସଚିବ ରହିବା ସହିତ ନିଜ ବ୍ୟକ୍ତିତ୍ୱ ବଳରେ ରାଜନୀତିରେ ଦବଦବା ଜାହିର କରିଛନ୍ତି । ଆଉ ରାଜନୀତିର ଚର୍ଚ୍ଚିତ ଚେହେରା ପାଲଟିଥିବା ଅଶ୍ୱିନୀଙ୍କ ଦାୟିତ୍ୱ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଦେଖିବା ଏହି ରିପୋର୍ଟ . . .

Leave A Reply

Your email address will not be published.