Latest Odisha News

BREAKING NEWS

ଥମିନି କରୋନା ପ୍ରକୋପ; ‘ହୁ’ ମୁଖ୍ୟ ବୈଜ୍ଞାନିକଙ୍କ ଚେତାବନୀ

ନୂଆଦିଲ୍ଲୀ: ଏଯାଏ ଥମିନି କରୋନା ପ୍ରକୋପ। ସତର୍କ ରହିବାକୁ ପରାମର୍ଶ ଦେଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ‌ସୌମ୍ୟା ସ୍ବାମୀନାଥନ୍। ସେ କହିଛନ୍ତି ଯେ କରୋନାଭାଇରସ୍ ମହାମାରୀର ଗତି ମନ୍ଥର ହେଉନି ବରଂ ବଢି ବଢି ଚାଲିଛି। କାରଣ ଡେଲଟା ପ୍ରକାରର ବିସ୍ତାର ଏବଂ ଟିକାକରଣର ମନ୍ଥର ଗତି ଯୋଗୁ ବିଶ୍ବର ଅଧିକାଂଶ ଅଞ୍ଚଳରେ କୋଭିଡ୍-୧୯ ରୋଗର ବୃଦ୍ଧି ଘଟୁଛି।

BjdElectrycity

ଏକ ସାକ୍ଷାତକାରରେ ହୁର ମୁଖ୍ୟ ବୈଜ୍ଞାନିକ ଏହା କହିଛନ୍ତି। ଗତ ଦୁଇ ସପ୍ତାହ ମଧ୍ୟରେ ଆଫ୍ରିକାରେ ମୃତ୍ୟୁ ହାର ୩୦ରୁ ୪୦ ପ୍ରତିଶତକୁ ବୃଦ୍ଧି ପାଇଛି।

ସ୍ବାମୀନାଥନ୍ କହିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୫୦୦,୦୦୦ ନୂଆ ମାମଲା ଏବଂ ପ୍ରାୟ ୯,୩୦୦ ଜଣଙ୍କର ମୃତ୍ୟୁ ଘଟିଛି।

ଭୁତାଣୁ କ୍ରମାଗତ ବିସ୍ତାର ହେବାର ଚାରୋଟି ମୁଖ୍ୟ କାରଣ ଡେଲଟା ପ୍ରକାର, ସାମାଜିକ ମିଳାମିଶା, ଲକଡାଉନ୍ କଟକଣା କୋହଳ ଏବଂ ଟିକାକରଣର ମନ୍ଥର ଗତି ବୋଲି ସେ କହିଛନ୍ତି।

Leave A Reply

Your email address will not be published.