Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ହୋ ଭଗତେ ୨୦୨୧

ହୋ ଭଗତେ… ହୋ… 
ରଥ ଯାଏ ଗଡି.. ଚକ ଯାଏ ଗଡି,
କବାଟ ଫାଙ୍କରେ ଚାହିଁଲା ବେଳକୁ
ବୁଢାକୁ ଟାଣୁଛି ବୁଢୀରେ….
ଡିଡ୍ଡାଣି.. ଡିଡ୍ଡାଣି… ଡାଆଣି…..।

ହୋ ଭଗତେ… ହୋ…
ବସ ଚାଲୁ ନାହିଁ.. ତାଲା ବନ୍ଦି ପାଇଁ,
ବଡଲୋକ ବୋଲି ସିଏ ତାବେଳକୁ
ଦେଖ ଗଳାବାଟ ହୋଇରେ….
ଡିଡ୍ଡାଣି.. ଡିଡ୍ଡାଣି… ଡାଆଣି…..।

ହୋ ଭଗତେ… ହୋ…
ତାକୁ ଛାଡିଦେଇ.. ପରୀକ୍ଷାଟି ହୋଇ,
ଅତଏବ ସେଠି କରୋନା ବ୍ୟାପିଲେ
ମହାପ୍ରଭୁ ହେବେ ଦାୟିରେ….
ଡିଡ୍ଡାଣି.. ଡିଡ୍ଡାଣି… ଡାଆଣି…..।

ହୋ ଭଗତେ… ହୋ…
ପଖାଳଟି ବାଗ.. ଭଲ କରେ ରୋଗ,
ତେଣୁ କାଳିଆକୁ ଦଶମୂଳ ନୁହେଁ
ପଖାଳ ଖୋଇବା ଆଗରେ….
ଡିଡ୍ଡାଣି.. ଡିଡ୍ଡାଣି… ଡାଆଣି…..।

ହୋ ଭଗତେ… ହୋ…
ତେଲ ଯାଏ ବଢି.. ଘରେ ରହେ ଗାଡି,
କଞ୍ଜୁସ କହିକି ମୋ ଗୃହଲକ୍ଷ୍ମୀ
ଚାଲିଗଲା ମୋତେ ଛାଡିରେ….
ଡିଡ୍ଡାଣି.. ଡିଡ୍ଡାଣି… ଡାଆଣି…..।

ହୋ ଭଗତେ… ହୋ…
ପୁରୀ ବଡ ଦିଅଁ.. ଅଟେ ଗେହ୍ଲାପୁଅ,
ଆଉ ଯେତେ ଗାଉଁଲିଆ ଚୁପଚାପ
ଦେଉଳରେ ତମେ ରୁହରେ….
ଡିଡ୍ଡାଣି.. ଡିଡ୍ଡାଣି… ଡାଆଣି…..।

ହୋ ଭଗତେ… ହୋ…
ରୋଗ କେବେ ଯିବ.. ଭୋଜିଫୋଜି ହବ,
ଖାଇ ପିଇ ସାଧାରଣ ମଣିଷଟି
ଟିକେ ହୁଳାମତା ହେବରେ….
ଡିଡ୍ଡାଣି.. ଡିଡ୍ଡାଣି… ଡାଆଣି…..।

ହୋ ଭଗତେ… ହୋ…
ଆମ ବଡଝିଅ.. ମୋବାଇଲେ ଲୟ,
କି କିମିଆ କରୁଛି ଯେ ତା ପାଖକୁ
ଟଙ୍କା ଛାଡୁଛନ୍ତି ପୁଅରେ….
ଡିଡ୍ଡାଣି.. ଡିଡ୍ଡାଣି… ଡାଆଣି…..।

ହୋ ଭଗତେ… ହୋ…
ପୁଲିସିର ଭକ୍ତି.. ଦଣ୍ଠା ଅଟେ ଅତି,
ଭାଷାଜ୍ଞାନୀ ଯେଣୁ ରଥ ଟାଣିବାକୁ ତାଙ୍କୁ ମିଳେ ଅନୁମତିରେ….
ଡିଡ୍ଡାଣି.. ଡିଡ୍ଡାଣି… ଡାଆଣି…..।

ହୋ ଭଗତେ… ହୋ…
ଜଗା ହେଲା ସାହା.. ହେଲି ମୁଁ ବାହା,
ଡାକିଲିନି କିଆଁ ବୋଲି ସାଙ୍ଗମାନେ
କରନ୍ତି ଫୋନରେ ସ୍ବାହାରେ….
ଡିଡ୍ଡାଣି.. ଡିଡ୍ଡାଣି… ଡାଆଣି…..।

Leave A Reply

Your email address will not be published.