Latest Odisha News

BREAKING NEWS

ରଥଯାତ୍ରା ଉପଲକ୍ଷେ ବାଲୁକା ଆନିମେସନ ଫିଲ୍ମ

ଭୁବନେଶ୍ୱର : ପବିତ୍ର ରଥଯାତ୍ରା ଉପଲକ୍ଷେ ୧ ମିନିଟ ୩୫ ସେକେଣ୍ଡର ବାଲୁକା ଆନିମେସନ ଫିଲ୍ମ | ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା ଆନିମେସନ ଫିଲ୍ମ ପ୍ରସ୍ତୁତ କରିଛନ୍ତି |ଏହି ବାଲୁକା ଆନିମେସନରେ କରିକରାଉଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ,  ପ୍ରଭୁ ଜଗନ୍ନାଥଙ୍କ ଲୀଳାରେ କିପରି ରଥ ନିର୍ମାଣ ହେଉଛି ,କିପରି ପ୍ରଭୁ ଶ୍ରୀ ମନ୍ଦିରରୁ ସେବାୟତଙ୍କ ଦ୍ୱାରା ପହଣ୍ଡି ହୋଇ ବାହାରି ବଡଦାଣ୍ଡରେ ସାରା ସଂସାର କୁ ଦର୍ଶନ ଦେବା ପାଇଁ ଆସିଛନ୍ତି ଦର୍ଶାଇଛନ୍ତି | ଏବଂ ବିଶ୍ୱର ସମସ୍ତ ଦୁଃଖ ନିବାରଣ କରିବା ପାଇଁ ପ୍ରଭୁ ଆଗେଇ ଆସିଛନ୍ତି ବଡଦାଣ୍ଡକୁ ତାହା ଦର୍ଶାଇଛନ୍ତି|

ସେ ନିଜ ଚକା ଆଖିରେ ସାରା ବିଶ୍ୱକୁ ଦେଖୁଛନ୍ତି ଏବଂ ବାହୁ ମେଲାଇ ସମସ୍ତଙ୍କୁ ରକ୍ଷା କରୁଛନ୍ତି ତାହା ଅତି ସୁନ୍ଦର ଭାବରେ ଦର୍ଶାଇଛନ୍ତି | ଏଥିରେ ମାନସ ସାହୁ ନୂଆ ଟେକ୍ନୋଲୋଜି ବ୍ୟବହାର କରିଛନ୍ତି ଯେଉଁଥିରେ ମହାରଣା ମାନେ ରଥ ନିର୍ମାଣ କରୁଥିବାର ଦୃଶ୍ୟ, ରଥ ବଡଦାଣ୍ଡରେ ଗଡୁଥିବାର ଦୃଶ୍ୟ ଅତି ଚିତାକର୍ଷକ ହୋଇପାରିଛି | ଏହି ୧ ମିନିଟ ୩୫ ସେକେଣ୍ଡର ଫିଲ୍ମ ଟିକୁ ପ୍ରସ୍ତୁତ କରିବାକୁ ମାନସ ସାହୁଙ୍କୁ ୨ ଦିନ ଲାଗିଥିଲା |

Comments are closed.