Latest Odisha News

BREAKING NEWS

ଆଜି ରାଜ୍ୟରୁ ୨୦୭୦ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୭୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୯୫ ଜଣ ଥିବା ବେଳେ ଲୋକାଲ୍‌ କେସ୍‌ ରହିଛି ୮୭୫। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅନୁଗୁଳରୁ ୫୭, ବାଲେଶ୍ୱରରୁ ୧୭୬, ବରଗଡରୁ ୧୫, ଭଦ୍ରକରୁ ୬୬, ବଲାଙ୍ଗୀରରୁ ୭, ବୌଦ୍ଧରୁ ୧୧, କଟକରୁ ୩୧୯, ବେଓଗଡରୁ ୩, ଢେଙ୍କାନାଳରୁ ୪୪, ଗଜପତିରୁ ୬, ଗଞ୍ଜାମରୁ ୧୨, ଜଗତସିଂହପୁରରୁ ୯୭, ଯାଜପୁରରୁ ୧୩୬, ଝାରସୁଗୁଡାରୁ ୮, କଳାହାଣ୍ଡିରୁ ୧୨, କନ୍ଧମାଳରୁ ୧୮, କେନ୍ଦ୍ରପଡାରୁ ୭୭, କେନ୍ଦୁଝରରୁ ୫୬, ଖୋର୍ଦ୍ଧାରୁ ୪୪୬, କୋରାପୁଟରୁ ୨୩, ମାଲକାନଗିରିରୁ ୨୦, ମୟୂରଭଞ୍ଜରୁ ୮୧, ନବରଙ୍ଗପୁରରୁ ୧୧, ନୟାଗଡ଼ରୁ ୫୯, ନୂଆପଡ଼ାରୁ ୭, ପୁରୀରୁ ୧୧୦, ରାୟଗଡାରୁ ୧୮, ସମ୍ବଲପୁରରୁ ୧୬, ସୋନପୁରରୁ ୮, ସୁନ୍ଦରଗଡରୁ ୬୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ନୂଆ ସୁସ୍ଥଙ୍କ ସଂଖ୍ୟା ୨୫୬୩ ରହିଛି। ମୋଟ ପଜିଟିଭଙ୍କ ସଂଖ୍ୟା ୯୪୯୯୨୯ ରହିଥିବା ବେଳେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ରହିଛି ୯୨୩୨୦୯। ଆକ୍ଟିଭ୍‌ କେସ୍‌ ରହିଛି ୨୧୭୪୨।

Leave A Reply

Your email address will not be published.