ମୁମ୍ବାଇ: ଟି-ସିରିଜ କମ୍ପାନୀ ମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ। ଭୂଷଣ କୁମାର ନାଁରେ ବଳାତ୍କାର ମାମଲା ରୁଜୁ ହୋଇଥିବା ଜାଣିବାକୁ ମିଳିଛି। ଏହି ଅଭିଯୋଗ ଆଣିଛନ୍ତି ଜଣେ ୩୦ ବର୍ଷାୟା ମହିଳା। ମହିଳା ଜଣକ ଦୁଷ୍କର୍ମ ଅଭିଯୋଗ ଆଣିବା ସହିତ ଏହା ମଧ୍ୟ ଦାବି କରିଛନ୍ତି ଯେସେ ତାଙ୍କ କମ୍ପାନୀର ପ୍ରୋଜେକ୍ଟରେ କାମ ଦେବା ବାହାନାରେ ସେ ଏହାର ଫାଇଦା ଉଠାଇଛନ୍ତି।
ସୂଚନା ଅନୁଯାୟୀ, ପୀଡିତା ଅଭିଯୋଗ କରିଛନ୍ତି ଯେ କାମ ଦେବା ଆଳରେ ଭୂଷଣ କୁମାର ତାଙ୍କୁ ପ୍ରାୟ ତିନି ବର୍ଷରୁ ଅଧିକ ସମୟ ଧରି ଅସଦାଚରଣ କରିଆସୁଛନ୍ତି।
ମୁମ୍ବାଇ ପୋଲିସ କହିବା ଅନୁଯାୟୀ ମହିଳା କହିଛନ୍ତି ଯେ ତାଙ୍କୁ ପୃଥକ୍ ପୃଥକ୍ ସ୍ଥାନକୁ ନିଆଯାଇ ଦୁଷ୍କର୍ମ କରାଯାଇଥିଲା। ଏହାସହିତ ତାଙ୍କ ଫଟୋ ଏବଂ ଭିଡିଓ ଭାଇରାଲ କରିବାକୁ ମଧ୍ୟ ଧମକ ଦିଆଯାଇଥିଲା।
Comments are closed.