Latest Odisha News

ସୁନାବେଶରେ କେଉଁ ସବୁ ଅଳଙ୍କାର ପିନ୍ଧନ୍ତି ଶ୍ରୀଜିଉ ?

ପୁରୀ: ଆଜି ରଥ ଉପରେ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ । ନବଦିନାତ୍ମକ ରଥଯାତ୍ରା ସାରି ଜନ୍ମବେଦୀରୁ ବାହୁଡ଼ିବା ପରେ ସିଂହଦ୍ୱାର ଆଗରେ ତିନି ରଥରେ ହୋଇଥାଏ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜାରାଜେଶ୍ୱର ବେଶ । ଗଜପତି କପିଳେନ୍ଦ୍ର ଦେବଙ୍କ ସମୟରେ ୧୩୮ ପ୍ରକାର ଅଳଙ୍କାର ତିଆରି କରାଯାଇଥିଲା।  ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ହାତ ଓ ପାଦ ଥିବା ଶ୍ରୀବିଗ୍ରହ ଭକ୍ତଙ୍କୁ ଦର୍ଶ ଦିଅନ୍ତି । ସୁନାବେଶରେ ଶ୍ରୀଜିଉ କେଉଁ ସବୁ ଅଳଙ୍କାର ପରିଧାନ କରନ୍ତି ଆସନ୍ତୁ ଜାଣିବା ।
ଶ୍ରୀବଳଭଦ୍ରଙ୍କ ଅଳଙ୍କାର
– ଶ୍ରୀପୟର ବା ପାଦ, କିରିଟ, ଶ୍ରୀଭୁଜ ବା ହାତ, କମରପଟି, ତ୍ରିଖଣ୍ଡିକା, ଚନ୍ଦ୍ରସୂର୍ଯ୍ୟ, ଝୋବାକଣ୍ଠି
– କୁଣ୍ଡଳ, ଓଢ଼ିଆଣୀ ବା କାନଫୁଲ, ହଳ ଓ ମୂଷଳ, ଆଡକାନୀ, ତିଳକ, ଚନ୍ଦ୍ରିକା, ଅଳକା
– ଘାଗଡ଼ା ମାଳି, କଦମ୍ବ ମାଳି, ବାଘନଖ ମାଳି, ବାହାଡ଼ା ମାଳି, ସେବତୀ ମାଳି
ଦେବୀ ସୁଭଦ୍ରଙ୍କ ଅଳଙ୍କାର
– କିରିଟ, କାନ, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, ସେବତୀ ମାଳି
– କଦମ୍ବ ମାଳି, ଘାଗଡ଼ା ମାଳି, ତଗଡ଼ି ୨ଟି

ଶ୍ରୀଜଗନ୍ନାଥଙ୍କ ଅଳଙ୍କାର
– ଶ୍ରୀପୟର, କିରିଟ, ଶ୍ରୀଭୁଜ, ଓଢ଼ିଆଣୀ, କମରପଟି, ଚନ୍ଦ୍ରସୂର୍ଯ୍ୟ, ଚନ୍ଦ୍ରିକା
– ସୁନା ଚକ୍ର ଓ ରୁପା ଶଙ୍ଖ, ଆଡକାନି, ଘାଗଡ଼ା ମାଳି, ତାବିଜ ମାଳି, ତିଳକ
– କଦମ୍ବ ମାଳି, ବାହାଡା ମାଳି, ଝୋବାକଣ୍ଠି, ତ୍ରିଖଣ୍ଡିକା, ଅଳକା, ସେବତୀ ମାଳି

Leave A Reply

Your email address will not be published.