Latest Odisha News

BREAKING NEWS

ରିଲିଜ୍ ହେଲା ସ୍ୱଚ୍ଛତାକୁ ନେଇ ଚଳଚ୍ଚିତ୍ର ‘ମେରେ ପ୍ୟାରେ ପ୍ରାଇମ୍ ମିନିଷ୍ଟର’

ମୁମ୍ବାଇ: ବଲିଉଡ଼ରେ କିଛିଦିନ ହେଲା ସ୍ୱଚ୍ଛତାକୁ ନେଇ ଅନେକ ଚଳଚ୍ଚିତ୍ର ନିର୍ମାଣ ହୋଇସାରିଛି । ଏହି ଫିଲ୍ମଗୁଡ଼ିକ ମଧ୍ୟ ଆଶାତୀତ ଭାବେ ଜନାଦୃତ ହୋଇପାରିଛି । କେତେକ ଫିଲ୍ମ ପ୍ରଯୋଜକ ବଡ଼ ବଜେଟର ଫିଲ୍ମ ଅପେକ୍ଷା ସୁସ୍ଥତା ଓ ସ୍ୱଚ୍ଛତାକୁ ନେଇ ଅଭିନବ ଢଙ୍ଗରେ ଫିଲ୍ମ ନିର୍ମାଣ କରିବା ପରେ ଏହା ଦର୍ଶକଙ୍କ ମନ ଛୁଇଁ ପାରୁଥିବା ଲକ୍ଷ୍ୟ କରାଯାଇଛି । ଆଜି ସାରା ଭାରତରେ ରିଲିଜ୍ ହୋଇଛି ପ୍ରଖ୍ୟାତ ଫିଲ୍ମ ନିର୍ମାତା ରାକେଶ ଓମ୍ ପ୍ରକାଶ ମେହରାଙ୍କ ସିନେମା ମେରେ ‘ପ୍ୟାରେ ପ୍ରାଇମ୍ ମିନିଷ୍ଟର’ ।

ଏହି ଫିଲ୍ମଟି ଗାନ୍ଧୀନଗର ନାମକ ଏକ ବସ୍ତିରେ ରହୁଥିବା ଏକ ମାଆ ପୁଅଙ୍କ ସୁନ୍ଦର କାହାଣୀ । ଝୋପଡ଼ୀରେ ରହୁଥିବା କାନ୍ନୁ ଓ ତା’ର ମାଆ ସରଗମ୍ କିପରି ପାଇଖାନା ନଥିବାରୁ ହଇରାଣ ହରକତ ହେଉଛନ୍ତି ଏବଂ ସେମାନେ ବାହାରେ ମଳତ୍ୟାଗ କରି ଶୌଚ ହେବାରେ କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଫିଲ୍ମର ପ୍ରାରମ୍ଭିକ କିଛି ସିନରେ ଦୃଶ୍ୟ ହୋଇଛି ।

ମାଆ ସରଗମ୍ କିପରି ବାହାରେ ଶୌଚ ହେବା ଦ୍ୱାରା ଦୁଷ୍କର୍ମର ଶୀକାର ହୋଇଛି ଏବଂ ନାବାଳକ ପୁଅ କାନ୍ନୁକୁ ଏହା ଖୁବ୍ ବାଧିଛି । ସେ ନିଜ ଘରେ ଓ ବସ୍ତିରେ କିପରି ପାଇଖାନା ବସାଇବ ସେଇ ଚିନ୍ତା ତାକୁ ଘାରିଛି । କାନ୍ନୁ ଏସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଛି ।

ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିଜ ଗାଁ’ରେ କିପରି ଶୌଚାଳୟ ସ୍ଥାପନ କରିଛି ତାହା ଏହି ଫିଲ୍ମରେ ସୁନ୍ଦର ଭାବେ ଅଭିନୟ ଦ୍ୱାରା ଦର୍ଶାଯାଇଛି ।

Leave A Reply

Your email address will not be published.