Latest Odisha News

BREAKING NEWS

ତାମିଲନାଡୁରେ ୨୬ ଓଡିଆ ଦାଦନ ଶ୍ରମିକଙ୍କୁ ନିର୍ଯ୍ୟାତନା ଅଭିଯୋଗ

ଜୟପୁର : କୋରାପୁଟ ଜିଲ୍ଲାରୁ କାମ ଅନ୍ୱେଷଣରେ ତାମିଲନାଡୁ ଯାଇଥିବା ୨୬ ଜଣ ଯୁବକ ସେଠାରେ ଅଟକ ଥିବା ନେଇ ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ ବାକଟିଗୁଡ଼ା, ସିନ୍ଧିକଟା, ଡାଙ୍ଗରାଗୁଡ଼ା ଆଦି ଗ୍ରାମରୁ କିଛି ଯୁବକ ତାମିଲନାଡୁର ଏକ ଇଟାଭାଟିରେ କାମ କରିବାକୁ ଯାଇଥିଲେ । ସେଠାରେ ଇଟାଭାଟି ମାଲିକ କାମ ବଦଳରେ ସେମାନଙ୍କୁ କୌଣସି ପାରିଶ୍ରମିକ ଦେଉନଥିବା ଅଭିଯୋଗ କରିଛନ୍ତି ଶ୍ରମିକମାନେ। ଏପରିକି ସମ୍ପର୍କୀୟଙ୍କ ସହ ଫୋନରେ କଥା ହେବାକୁ ବି ମାଲିକ ଅନୁମତି ଦେଉ ନଥିବା ଅଭିଯୋଗ କରିଛନ୍ତି।

ଏନେଇ ଶ୍ରମିକଙ୍କ ପରିବାର ବର୍ଗ ପୋଲିସ ଓ ଶ୍ରମ ଅଧିକାରୀଙ୍କୁ ସୂଚନା ପ୍ରଦାନ କରିଛନ୍ତି ।

ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଟିମ୍ ତାମିଲନାଡୁ ଯାଇ ଅଟକ ଥିବା ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.