Latest Odisha News

BREAKING NEWS

ସିକନ୍ଦର ଆଲାମଙ୍କ ୮୨ତମ ଜନ୍ମ ବାର୍ଷିକୀ ପାଳିତ

ଭୁବନେଶ୍ୱର : ବିଶିଷ୍ଟ କଣ୍ଠଶିଳ୍ପୀ ସ୍ବର୍ଗତଃ ସିକନ୍ଦର ଆଲାମଙ୍କ ୮୨ତମ ଜୟନ୍ତୀ ପାଳିତ ହୋଇଯାଇଛି । ବିଧାୟକ ଅନନ୍ତ ନାରାୟଣ ଜେନା , ସ୍ବର୍ଗତଃ ଆଲାମଙ୍କ ଧର୍ମପତ୍ନୀ ନଇମା ଆଲାମ୍ ତଥା ତାଙ୍କ କନ୍ୟା ନାଜିଆ ଆଲାମ୍ ଓ ବିଜେଡିର ମୁଖପାତ୍ର ତଥା ଉତ୍କଳ ପ୍ରସଙ୍ଗର ସମ୍ପାଦକ ଲେନିନ୍ ମହାନ୍ତିଙ୍କ ପ୍ରମୁଖଙ୍କ ଉପସ୍ଥିତିରେ, ଓଡ଼ିଶା ବିଧାନସଭା ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

ଏହା ସହ ସ୍ୱର୍ଗତ ଆଲାମ୍‌ଙ୍କ ସ୍ମତିରେ ସନ୍ଧ୍ୟାରେ ଭରଚୁଆଲ ମୋଡ୍‌ରେ ସିକନ୍ଦର ଆଲାମ୍ ଗାଇଥିବା ଗୀତଗୁଡିକ ପରିବେଷଣ କରାଯାଇଥିଲା । ଏଥିରେ କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର , ମହାପ୍ରସାଦ କର , ନାଜିଆ ଆଲାମ୍ , ସୁଶାନ୍ତ ପଣ୍ଡା , ରଣଦୀପ୍ ପାଲିତ୍ , ବନ୍ଦିଶ୍ ପାଲିତ୍ , ଧୃତି , ସିଦ୍ଧାନ୍ତ , ତନୁଶ୍ରୀ ଓ କୁମାର ବିଷ୍ଣୁ ସଂଗୀତ ପରିବେଷଣ କରିଥିଲେ ।

ଏହି କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏବଂ ସିକନ୍ଦର ଆଲାମ୍ ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା । ଏହି ଅବସରରେ ଲକ୍ଷ୍ମୀଧର ବେହେରା ଓ ଲଗ୍ନ ଦୀପ ମିଶ୍ର ଉପସ୍ଥିତ ଥିଲେ।

Leave A Reply

Your email address will not be published.