Latest Odisha News

କୁଲ୍ ହେୟାର ଷ୍ଟାଇଲ ନେଇ ପୁଣି ଚର୍ଚ୍ଚାରେ ଧୋନୀ

ରାଂଚି: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନୂତନ ହେୟାରଷ୍ଟାଇଲ ସୋସିଆଲ ସାଇଟରେ ଭାଇରାଲ ହୋଇଛି । କ୍ରିକେଟ ପଡିଆରୁ ଦୂରରେ ଥିଲେ ମଧ୍ୟ ଧୋନୀ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଛନ୍ତି । ହେୟାର ଷ୍ଟାଇଲିଷ୍ଟ ଆଲିମ ହାକିମ ଶୁକ୍ରବାର ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡଲେରେ ଧୋନୀଙ୍କ କେତେଗୁଡିଏ ଫଟୋ ଶେୟାର କରିଥିଲେ ।

ପ୍ରଶଂସକମାନେ ତାଙ୍କର ଏହି ନୂତନ ଲୁକ ଦେଖି ଚକିତ ହୋଇ ଯାଇଛନ୍ତି । ଏପରିକି ଧୋନୀ ୨୫ ବର୍ଷ ଯୁବକଙ୍କ ପରି ଦେଖାଯାଉଛନ୍ତି ବୋଲି ପ୍ରଶଂସକମାନେ ଲେଖିଛନ୍ତି । ୟୁଏଇରେ ଖୁବ୍ ଶୀଘ୍ର ଆଇପିଏଲର ବଳକା ମ୍ୟାଚରେ ଧୋନୀଙ୍କୁ ଦେଖିବାକୁ ମିଳିବ ।

Leave A Reply

Your email address will not be published.