Latest Odisha News

‘ଆର୍ଟଡମ’ ଓଡିଶା ଶାଖା ପକ୍ଷରୁ ଅନଲାଇନ ମାଧ୍ୟମରେ ଚିତ୍ରକଳା ପ୍ରତିଯୋଗିତା

ଭୁବନେଶ୍ୱର : ଲକଡାଉନ ସମୟରେ ଛାତ୍ରଛାତ୍ରୀଙ୍କ ମନରେ କିଛି ପରିବର୍ତ୍ତନ ଆଣିବା ପାଇଁ , ରଥଯାତ୍ରା ଅବସରରେ , “ଆର୍ଟଡମ” ଓଡିଶା ଶାଖା ଆନୁକୂଲ୍ୟରେ , ଅନଲାଇନ ମାଧ୍ୟମରେ ଏକ ନିଆରା ଚିତ୍ରକଳା ପ୍ରତିଯୋଗିତା ଏବଂ ପ୍ରଦର୍ଶନୀ “କୁନି କଳାକାର ” ଆୟୋଜିତ ହୋଇଯାଇଛି ।

ଏହି ପ୍ରତିଯୋଗିତାରେ ତିନୋଟି ବିଭାଗରେ ସର୍ବମୋଟ ୧୧୦୧ ଜଣ ଶିଶୁ ଚିତ୍ରଶିଳ୍ପୀ ଯଥା ‘କ’ ବିଭାଗରେ ୫ ବର୍ଷରୁ ୧୦ ବର୍ଷର ମୋଟ ୫୬୩ ଜଣ , ‘ଖ’ ବିଭାଗରେ ରେ ୧୧ ବର୍ଷ ରୁ ୧୪ ବର୍ଷର ମୋଟ ୪୫୭ ଜଣ ଏବଂ ‘ଗ’ ବିଭାଗରେ ୧୫ ବର୍ଷରୁ ୧୮ ବର୍ଷର ମୋଟ ୮୧ ଜଣ ଶିଶୁ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଥିଲେ । ‘କ’ ବିଭାଗ ପାଇଁ ବିଷୟବସ୍ତୁ ଇଛାଧିନ ଥିବା ବେଳେ ‘ଖ’ ବିଭାଗ ପାଇଁ “ମୋ ଦୃଷ୍ଟିରେ ଶ୍ରୀ ଜଗନ୍ନାଥ ” ଏବଂ ‘ଗ’ ବିଭାଗ ପାଇଁ “କରୋନା ମହାମାରୀରେ ରଥଯାତ୍ରା” ବିଷୟବସ୍ତୁ ଆଧାରିତ ଚିତ୍ର ଗୁଡିକୁ ବିଶିଷ୍ଟ ଅର୍ନ୍ତଜାତୀୟ ଚିତ୍ରଶିଳ୍ପୀ ରଘୁନାଥ ସାହୁ ଏବଂ ଅର୍ନ୍ତଜାତୀୟ ଚିତ୍ରଶିଳ୍ପୀ କେଶୁ ଦାସ ବିଚାରକ ଭାବେ ଯୋଗଦେଇ ପ୍ରତ୍ୟେକ ବିଭାଗରୁ ୧୦ ଜଣ ଶିଶୁ ଚିତ୍ରଶିଳ୍ପୀଙ୍କ ଚିତ୍ରକଳାକୁ ପ୍ରତିଯୋଗିତାର ଶ୍ରେଷ୍ଠ ଚିତ୍ରକଳା ଭାବେ ମନୋନୀତ କରିଥିଲେ।

ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ବିଭାଗରୁ ସର୍ବଶ୍ରେଷ୍ଠ ୩ ଜଣ ଶିଶୁ ଚିତ୍ରଶିଳ୍ପୀଙ୍କୁ ମାନପତ୍ର ସହ ଟ୍ରଫି ଏବଂ ଅନ୍ୟ ୭ ଜଣ ଶ୍ରେଷ୍ଠ ଶିଶୁ ଚିତ୍ରଶିଳ୍ପୀ ମାନଙ୍କୁ ମାନପତ୍ର ସହ ମେଡ଼ାଲ ପ୍ରଦାନ କରାଯିବ ବୋଲି “ଆର୍ଟଡମ” ଓଡ଼ିଶା ଶାଖାର ସଂଯୋଜିକା ଜ୍ୟୋସ୍ନାରାଣି ନନ୍ଦ ସୂଚନା ଦେଇଛନ୍ତି ।

ଏହି ଅନଲାଇନ କାର୍ଯ୍ୟକ୍ରମକୁ ଆର୍ନ୍ତଜାତୀୟ ଚିତ୍ରଶିଳ୍ପୀ  ରବୀନ୍ଦ୍ର କୁମାର ମହାରଣା, ଅଶୋକ କୁମାର ପଟ୍ଟନାୟକ, ଜଗନ୍ନାଥ ମହାପାତ୍ର, ଦୁର୍ଗାମାଧବ କର, ମନୋଜ ଭଟ୍ଟାଚାର୍ଯ୍ୟ, ନିବେଦିତା ମହାନ୍ତ, ସିମା ମହାନ୍ତ, ସୌମ୍ୟରଞ୍ଜନ ପଟ୍ଟନାୟକ, ହେମନ୍ତ ବିଶି, ରାଧେଶ୍ୟାମ ବାରିକ, ଦେବାଶିଶ ପତି ଏବଂ ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ୩୦ ଟି ଜିଲ୍ଲାକୁ କୋଡିନେଟର୍ ଭାବେ ପରିଚାଳିତ କରିଥିଲେ।

Leave A Reply

Your email address will not be published.