Latest Odisha News

BREAKING NEWS

ଅକ୍ଟୋବର ୨ରେ ଉନ୍ମୋଚିତ ହେବ ‘ ଗାନ୍ଧୀ ସୌରଭ ‘ ସ୍ମରଣୀକା

ବ୍ରହ୍ମପୁର : ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ, ଶତ ବାର୍ଷିକୀ ଉତ୍ସବ ପାଳନ ସ୍ମରଣୀକା କମିଟିର  ଏକ ବୈଠକ , ସ୍ଥାନୀୟ କେ.ସି. ପବ୍ଲିକ ସ୍କୁଲ ପରିସରରେ , ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଏକ ସ୍ମରଣୀକା “ଗାନ୍ଧୀ ସୌରଭ” ଆସନ୍ତା ଅକ୍ଟୋବର ୨ ରେ ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଛି।

ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ, କାର୍ଯ୍ୟକାରୀ ସଭାପତି ବିଧାୟକ ବିକ୍ରମ କୁମାର ପଣ୍ଡା , ଶତ ବାର୍ଷିକୀ ଆୟୋଜକ କମିଟିର ସଂଯୋଜକ ରବି ରଥ , ରମା ଚରଣ ପାଢ଼ୀ, ବିଷ୍ଣୁ ଚରଣ ଚୌଧୁରୀ , ପ୍ରଫୁଲ୍ଲ ମହାନ୍ତି , ରାଜେନ୍ଦ୍ର ଜେନା , ସାଗର ରଞ୍ଜନ ତ୍ରିପାଠୀ, ଅଶୋକ ମିଶ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

ଏହି ସ୍ମରଣୀକାରେ ୪୦ ରୁ ଉର୍ଦ୍ଧ୍ବ ଲେଖକଙ୍କ ରଚିତ ଆଲେଖ୍ୟ ସ୍ଥାନ ପାଇବ ଏବଂ ଏହା ୨୫୦ ପୃଷ୍ଠା ସମ୍ମିଳିତ ହେବ ବୋଲି ସୂଚନା ଦିଆ ଯାଇଛି।

Leave A Reply

Your email address will not be published.