ରାୟଗଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ନିକଟରେ ଭୈରବ ମନ୍ଦିରରୁ ଲୁଟ୍ । ମନ୍ଦିରରେ ପୂଜା ପାଉଥିବା ଅସ୍ତ୍ର ଓ ସୁନା ଅଳଙ୍କାରକୁ କେହି ଦୁର୍ବୃତ୍ତ ତାଲା ଭାଙ୍ଗି ଚୋରି କରିଥିବା ଜଣାପଡିଛି । ଆଜି ସକାଳେ ମନ୍ଦିର ପୂଜକ ପୂଜା କରିବାକୁ ଯିବା ସମୟରେ ମନ୍ଦିରର ମୁଖ୍ୟ ଦ୍ବାର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କୁ ଜଣାଇଥିଲେ ।
ଗ୍ରାମବାସୀଙ୍କ ସହ ସ୍ଥାନୀୟ ସରପଞ୍ଚ ମନ୍ଦିରରୁ ଚୋରି ହୋଇଥିବା ନେଇ ମୁନିଗୁଡା ଥାନାରେ ଏତଲା ଦେଇଥିଲେ । ମୁନିଗୁଡା ଏସଡିପିଓ ଆକାଶ ସାହୁ, ମୁନିଗୁଡା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସାଇଣ୍ଟିଫ୍ ଟିମ୍ ସହ ସନ୍ଧାନୀ କୁକୁର ଘଟଣାର ଛାନଭିନ୍ କରୁଛି । ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ସହ ହୁଣ୍ଡୀ ଭାଙ୍ଗି ଟଙ୍କା ମଧ୍ୟ ଚୋରି ହୋଇଥିବା ଜଣାପଡିଛି ।
Comments are closed.