Latest Odisha News

BREAKING NEWS

ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର : ଭାରତ ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ଘୋଷିତ କରାଯାଇଥିବା ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର ଦିନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏପ୍ରିଲ୍ ୧୧ ତାରିଖରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଜିଲ୍ଲାର ୪ଟି ଲୋକସଭା ଓ ୨୮ଟି ବିଧାନସଭା ନିର୍ବାଚନୀମଣ୍ଡଳରେ ମତଦାନ ଲାଗି ଜିଲ୍ଲାପାଳଙ୍କ ଦ୍ୱାରା ବିଜ୍ଞପ୍ତି ଜାରି କରାଯାଇଛି ।

ଏହି ଅଧିସୂଚନା ଅନୁଯାୟୀ, ନାମାଙ୍କନ ଦାଖଲ ପ୍ରକ୍ରିୟା ସୋମବାର ଠାରୁ ଆରମ୍ଭ ହୋଇ ଏପ୍ରିଲ୍ ୨୫ ତାରିଖ ଯାଏଁ ଚାଲିବ । ଏହାବ୍ୟତିତ ମାର୍ଚ୍ଚ ୨୬ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଆଶାୟୀ ପ୍ରାର୍ଥୀ ଚାହିଁଲେ ମାର୍ଚ୍ଚ ୨୮ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ।

ଜାଣନ୍ତୁ, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ୪ଟି ଲୋକସଭା ଓ ୨୮ଟି ବିଧାନସଭା ନିର୍ବାଚନୀମଣ୍ଡଳୀର ନାମ-

୧. କଳାହାଣ୍ଡି (ଲୋକସଭା)-(ସାଧାରଣ)

ନିର୍ବାଚନମଣ୍ଡଳୀ: ନୂଆପଡା (ସାଧାରଣ), ଖରିଆର (ସାଧାରଣ), ଲାଞ୍ଜିଗଡ(ଏସଟି), ଜୁନାଗଡ (ସାଧାରଣ), ଧର୍ମଗଡ (ସାଧାରଣ), ଭବାନୀପାଟଣା(ଏସସି), ନରଲା (ସାଧାରଣ)।

୨. ନବରଙ୍ଗପୁର (ଲୋକସଭା)- (ଏସଟି)

ନିର୍ବାଚନମଣ୍ଡଳୀ: ଉମରକୋଟ (ଏସଟି), ଝରିଗାଁ (ଏସଟି), ନବରଙ୍ଗପୁର (ଏସଟି), ଡାବୁଗାଁ (ଏସଟି), କୋଟପାଡ (ଏସଟି), ମାଲକାନଗିରି (ଏସଟି) ଏବଂ ଚିତ୍ରକୋଣ୍ଡା (ଏସଟି) ।

୩. ବ୍ରହ୍ମପୁର (ଲୋକସଭା)- (ସାଧାରଣ)

ନିର୍ବାଚନମଣ୍ଡଳୀ: ଛତ୍ରପୁର (ଏସସି), ଗୋପାଳପୁର (ସାଧାରଣ), ବ୍ରହ୍ମପୁର (ସାଧାରଣ), ଦିଗପହଣ୍ଡି (ସାଧାରଣ), ଚିକିଟି (ସାଧାରଣ), ମୋହନି (ଏସଟି) ଏବଂ ପାରଳାଖେମୁଣ୍ଡି (ସାଧାରଣ) ।

୪. କୋରାପୁଟ (ଲୋକସଭା)- (ଏସଟି)

ନିର୍ବାଚନମଣ୍ଡଳୀ: ଗୁଣୁପୁର (ଏସଟି), ବିଷମକଟକ (ଏସଟି), ରାୟଗଡା (ଏସଟି), ଲକ୍ଷ୍ମୀପୁର (ଏସଟି), ଜୟପୁର (ସାଧାରଣ), କୋରାପୁଟ (ଏସସି) ଏବଂ ପଟ୍ଟାଙ୍ଗୀ (ଏସଟି) ।

 

Leave A Reply

Your email address will not be published.