Latest Odisha News

BREAKING NEWS

ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ଆଜି ସନ୍ଧ୍ୟା ସାଢ଼େ ୫ଟାରେ ବସୁଛି ରାଜ୍ୟ କ୍ୟାବିନେଟ୍ ବୈଠକ । ଏଥିରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଭିଡିଓ କନଫରେନ୍ସିଂରେ ଯୋଗଦେବେ । ମନ୍ତ୍ରୀମାନେ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ଯୋଡ଼ି ହେବେ ।

ଏକାଧିକ ପ୍ରସ୍ତାବ ଉପରେ ବିଚାରବିମର୍ଶ ପରେ ମୋହର ବାଜିବା ନେଇ ସୂଚନା ମିଳିଛି । ଯେଉଁଥିରେ ସ୍ୱାସ୍ଥ୍ୟ, ଶ୍ରମ, ପୂର୍ତ୍ତ, ପଞ୍ଚାୟତିରାଜ ବିଭାଗର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଛି । ବୈଠକରେ ଶ୍ରୀକ୍ଷେତ୍ର ପରିକ୍ରମା ଯୋଜନାକୁ ଅନୁମୋଦନ ମିଳିପାରେ । ସେହିପରି ସ୍ମାର୍ଟ ହେଲଥ କାର୍ଡ ପ୍ରଦାନ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇପାରେ ରାଜ୍ୟ କ୍ୟାବିନେଟ୍ ।

 

Leave A Reply

Your email address will not be published.