Latest Odisha News

BREAKING NEWS

ଗୋଟିଏ ଫ୍ଲାଟ୍‌ ଥିଲେ ହୋଇପାରିବେନି ଏକାଧିକ କାର୍‌ର ମାଲିକ

ମୁମ୍ବାଇ: ଯଦି ଜଣେ ବ୍ୟକ୍ତି ଗୋଟିଏ ଫ୍ଲାଟ୍‌ କିଣିଛନ୍ତି ତେବେ ସେ ଏକାଧିକ କାର୍‌ର ମାଲିକ ହୋଇପାରିବେନି। ଏମିତି ଏକ ନିୟମ ଲାଗୁ କରିଛନ୍ତି ବମ୍ବେ ହାଇକୋର୍ଟ। ଯାନବାହାନ ପାଇଁ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପରେ ମହାରାଷ୍ଟ୍ରରେ କୌଣସି ଏକକ ନୀତିର ଅଭାବକୁ ନେଇ ଦୁଃଖ ପ୍ରକାଶ କରି ବମ୍ବେ ହାଇକୋର୍ଟ କହିଛନ୍ତି ଯେ ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ ନ ଥିଲେ ନାଗରିକମାନଙ୍କୁ ଏକାଧିକ ବ୍ୟକ୍ତିଗତ ଗାଡି କିଣିବାକୁ ଅନୁମତି ଦିଆଯିବ ନାହିଁ।

ପ୍ରଧାନ ବିଚାରପତି ଦୀପଙ୍କର୍ ଦତ୍ତା ଏବଂ ଜଷ୍ଟିସ୍ ଜି ଏସ୍ କୁଲକର୍ଣ୍ଣିଙ୍କ ଏକ ଖଣ୍ଡପୀଠରେ ଗୁରୁବାର ଦିନ କହିଛନ୍ତି ଯେ କେବଳ ଗୋଟିଏ ଫ୍ଲାଟ ଥିବା ପରିବାରକୁ ନିଜ ଘର ସୋସାଇଟିରେ ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ ନ ଥିଲେ ଚାରି କିମ୍ବା ପାଞ୍ଚଟି କାର ରଖିବାକୁ ଅନୁମତି ଦେବା ଉଚିତ୍ ନୁହେଁ।

ଏହି ବେଞ୍ଚରେ ନାଭି ମୁମ୍ବାଇ ବାସିନ୍ଦା ତଥା କାର୍ଯ୍ୟକର୍ତ୍ତା ସନ୍ଦୀପ ଠାକୁରଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲା ଶୁଣାଣି ହୋଇଥିଲା ଯାହା ୟୁନିଫାଏଡ୍ ଡେଭଲପମେଣ୍ଟ କଣ୍ଟ୍ରୋଲ୍ ଆଣ୍ଡ ପ୍ରମୋସନ୍ ରେଗୁଲେସନ୍ ନିୟମରେ ସଂଶୋଧନ କରି ଠିକାଦାରଙ୍କୁ କାର ପାର୍କିଂ ସ୍ଥାନ ହ୍ରାସ କରିବାକୁ ଅନୁମତି ଦେଇଥିବା ସରକାରୀ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରିଥିଲା।

ସନ୍ଦୀପ ଠାକୁର ତାଙ୍କ ଆବେଦନରେ କହିଛନ୍ତି ଯେ ଠିକାଦାରମାନେ ନୂତନ ବା ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ ନ ଯୋଗାଇବା ଯୋଗୁ ବାସିନ୍ଦାମାନେ ଘର ବାହାରେ ପାର୍କିଂ କରିବାକୁ ବାଧ୍ୟ ହୁଅନ୍ତି।

“ନୂତନ କାର କ୍ରୟରେ ହ୍ରାସ କରିବା ଆବଶ୍ୟକ। ଗୋଟିଏ ପରିବାରକୁ ଚାରି ରୁ ପାଞ୍ଚଟି ଯାନ ରଖିବାକୁ ଅନୁମତି ଦିଆଯାଇପାରିବ ନାହିଁ। ପ୍ରଥମେ ଏକାଧିକ କାର୍‌ ପାଇଁ ପାର୍କିଂ ସ୍ଥାନ ଅଛି କି ନାହିଁ ତାହା ଯାଞ୍ଚ କରିବା ଉଚିତ” ବୋଲି ହାଇକୋର୍ଟ କହିଛନ୍ତି।

Leave A Reply

Your email address will not be published.