Latest Odisha News

BREAKING NEWS

ଲଣ୍ଡନରେ ଗିରଫ ହେଲେ ନୀରବ ମୋଦି

ନୂଆଦିଲ୍ଲୀ : ଭାରତରେ ୧୩,୫୦୦ କୋଟି ଟଙ୍କା ଠକେଇ କରି ବିଦେଶ ପଳାଇଥିବା ହୀରା ବ୍ୟବସାୟୀ ତଥା ପଳାତକ ନୀରବ ମୋଦିକୁ ଲଣ୍ଡନରେ ଗିରଫ କରାଯାଇଛି।

ଏଥିସହିତ ଖୁବଶୀଘ୍ର ତାଙ୍କୁ ଅଦାଲତରେ ହାଜର କରାଯିବା ନେଇ ଏନଡିଟିଭି ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟଙ୍କ ଦ୍ୱାରା ନୀରବ ମୋଦିଙ୍କ ପ୍ରତ୍ୟାପର୍ଣ ଲାଗି ଅନୁରୋଧ କରାଯିବା ପରେ ୪୮ ବର୍ଷୀୟ ଏହି ବିଲେନିୟରଙ୍କ ବିରୋଧରେ ସୋମବାର ଦିନ ଗିରଫ ୱାରେଣ୍ଟ ଜାରି କରାଯାଇଥିଲା ।

ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଘୋଟାଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ନୀରବ ମୋଦି ଓ ତାଙ୍କ ମାମୁଁ ମେହୁଲ ଚୋକସି ।

ସୂଚନାଯୋଗ୍ୟ, ଦୁହେଁ ପିଏନବିରୁ ପ୍ରାୟ ୧୩ ହଜାର କୋଟି ଟଙ୍କା ଋଣ ନେବା ପରିଶୋଧ କରିନଥିଲେ । ପରବର୍ତ୍ତୀ ସମୟରେ ଗତବର୍ଷ ଜାନୁଆରୀ ମାସରେ ସିବିଆଇ ଦ୍ୱାରା ପିଏନବି ଘୋଟାଲାର ତଦନ୍ତ ଆରମ୍ଭ ହେବା ପରେ ଦୁହେଁ ଭାରତ ଛାଡି ଫେରାର ହୋଇଯାଇଥିଲେ ।

Leave A Reply

Your email address will not be published.