Latest Odisha News

ବେଲ ବଟମର ଥଣ୍ଡା କଲେକ୍ସନ ପରେ ଘୁଂଚିବ ରାଜମୌଲୀଙ୍କ ଆରଆରଆର ରିଲିଜ ତାରିଖ !

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବେଲ ବଟମକୁ ଦର୍ଶକମାନେ ପସନ୍ଦ କରୁଥିଲେ ମଧ୍ୟ ଏହି ଫିଲ୍ମ ଯେତିକି ଆୟ କରିବା କଥା କରିପାରୁ ନାହିଁ । ଫଳରେ ଅନ୍ୟ ବଡ ବିଗ ବଜେଟ ଫିଲ୍ମଗୁଡିକ ହଲରେ ଫିଲ୍ମକୁ ରିଲିଜ କରିବା ନେଇ ଦ୍ୱନ୍ଦ୍ୱରେ ପଡି ଯାଇଛନ୍ତି । କରୋନା ମହାମାରୀ ଯୋଗୁ ଲୋକେ ଭୟରେ ହଲକୁ ଆସୁ ନାହାନ୍ତି । ଏହାକୁ ଦେଖି ଡିଷ୍ଟ୍ରିବ୍ୟୁଟରମାନେ ରାଜମୌଲୀଙ୍କୁ ଆରଆରଆର ଫିଲ୍ମର ରିଲିଜ ତାରିଖ ଘୁଂଚାଇବା ପାଇଁ ଅନୁରୋଧ କରିଛନ୍ତି ।

ଜୁନିୟର ଏନଟିଆର, ରାମଚରଣ, ଅଜୟ ଦେବଗାନ ଓ ଆଲିଆ ଭଟ୍ଟ ଅଭିନୀତ ଏହି ଫିଲ୍ମ ପୂର୍ବରୁ ଅକ୍ଟୋବର ୧୩ରେ ରିଲିଜ ହେବ ବୋଲି ସ୍ଥିର ହୋଇଥିଲା । ବଲିଉଡ ହଙ୍ଗାମା ରିପୋର୍ଟ ଅନୁସାରେ ଏବେ ଏହା ୨୦୨୨ ଇଦରେ ରିଲିଜ ହେବା ସମ୍ଭାବନା ରହିଛି ।

Comments are closed.