ବାଙ୍ଗାଲୋର: ବାଙ୍ଗାଲୋର ଡ୍ରଗ୍ସ ସ୍କାଣ୍ଡାଲ କେସରେ ପୋଲିସକୁ ବଡ ସଫଳତା ହାତ ଲାଗିଛି । ଏଫଏସଏଲ ରିପୋର୍ଟରେ ଅଭିନେତ୍ରୀ ସଞ୍ଜନା ଗଲରାନୀ ଓ ରାଗିନୀ ଦ୍ୱିବେଦୀ ଡ୍ରଗ୍ସ ସେବନ କରୁଥିବା ସ୍ପଷ୍ଟ ହୋଇଛି । ସେଂଟ୍ରାଲ ଫୋରେସିଂକ ସାଇଂସ ଲାବୋରେଟୋରୀ ସେମାନଙ୍କ ଚୁଟି ସାମ୍ପୁଲରୁ ଏହି ପ୍ରମାଣ ପାଇଛି । ଫଳରେ ଡ୍ରଗ୍ସ ସ୍କାଣ୍ଡାଲରେ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ବ୍ୟକ୍ତି ସମ୍ପୃକ୍ତ ଥିବା ପ୍ରମାଣିତ ହୋଇପାରିଛି ।
ଉପରୋକ୍ତ ଦୁଇ ଅଭିନେତ୍ରୀ ଏବେ ଜାମିନରେ ଅଛନ୍ତି । ଇଭେଂଟ ମ୍ୟାନେଜର ବୀରେନ ଖାନ୍ନା, ବିବେକ ଓବରେଇଙ୍କ ସମ୍ପର୍କୀୟ ଆଦିତ୍ୟ ସାଲଭେ ମଧ୍ୟ ଏହି ଘଟଣାରେ ଗିରଫ ହୋଇଛନ୍ତି ।
Comments are closed.